ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ଗାଁରେ ସାମ୍ନାକୁ ଆସିଛି ଅଭାବନୀୟ ଖବର । ବେଆଇନ ବିଦ୍ୟୁତ ସଂଯୋଗ କରିବା ଗୋଟିଏ ପରିବାରକୁ ଖୁବ ମହଙ୍ଗା ପଡିଛି । ବିଦ୍ୟୁତ ସଂସ୍ପର୍ଶରେ ଜଣ ବୟସ୍କ ବ୍ୟକ୍ତି ପ୍ରାଣ ହରାଇଥିଲାବେଳେ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ଗୌଡ ସାହିର ଜଣେ ବ୍ୟକ୍ତି ବେଆଇନ ଭାବେ ହୁକ ପକାଇ ନିଜ ଘରକୁ ବିଦ୍ୟୁତ ସଂଯୋଗ କରିଥିଲେ । ତେବେ ଗତକାଲି ସଂଧ୍ୟାରେ ଲାଇବାନ୍ ଗୌଡ ନାମକ ଜଣେ ବ୍ୟକ୍ତି ମାଛ ଧରିବାକୁ ଘରୁ ବାହାରିଥିଲେ । ମାଛ ଜାଲଟି ବିଦ୍ୟୁତ ତାର ସଂସ୍ପର୍ଷରେ ଆସିବା ପରେ ତାରଟି ଛିଡି ତାଙ୍କ ଉପରେ ପଡିଥିଲା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇବାନ ଛଟପଟ ହେଉଥିବେଳେ ରକ୍ଷା କରିବା ପାଇଁ ତାଙ୍କ ନାତି ଓ ନାତୁଣୀ ବଂଚାଇବାକୁ ଚେଷ୍ଟା କରି ଗୁରୁତର ଭାବେ ଆହତ ହୋଇଥିଲେ ।
ଏହି ଘଟଣା ପରେ ଗାଁ ଲୋକେ ତୁରନ୍ତ ବିଦ୍ୟୁତ ସଂଯୋଗକୁ ଛିନ୍ନ କରିଥିଲେ । ଅନ୍ୟପଟେ ଆହତ ଅବସ୍ଥାରେ ଦୁଇଜଣଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲାବେଳେ ଲାଇବାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Comments are closed.