ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ । ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି । ଏଥିସହିତ ଏହା ଆହୁରି ଅନେକଙ୍କ ପାଇଁ ଜୀବିକା ସୃଷ୍ଟି କରିବ । ଏହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ୍ କଂପାନି ହୋଇ ରହିବ ଏବଂ କଂପାନି ଦୁନିଆର ଶ୍ରେଷ୍ଠ ୧୦ ରିଟେଲର୍ଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି ।
୨୦୨୦-୨୧ରେ ମହାମାରୀ ପରିସ୍ଥିତିରେ ମଧ୍ୟ ରିଲାଏନ୍ସ ରିଟେଲ୍ ୬୫,୦୦୦ରୁ ଅଧିକ ନୂଆ ନିଯୁକ୍ତି ସୃଷ୍ଟି କରିଛି । ଆସନ୍ତା ତିନି ବର୍ଷରେ କଂପାନି ଏହାର ଇ-କମର୍ସ ସଂସ୍ଥା ଜିଓମାର୍ଟରେ ଏକ କୋଟିରୁ ଅଧିକ ମର୍ଚାଂଟ୍ ବା ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ । ଗତ ଏକ ବର୍ଷ ମଧ୍ୟରେ ଜିଓମାର୍ଟ ୧୫୦ଟି ସହରର ୩ ଲକ୍ଷରୁ ଅଧିକ ବିକ୍ରେତା ବା କ୍ଷୁଦ୍ର ବ୍ୟବସାୟୀ ସହଯୋଗୀଙ୍କୁ ଯୋଡ଼ିବ । ରିଲାଏନ୍ସ ରିଟେଲ୍ ଏହାର ଷ୍ଟୋର୍ ଏବଂ ତତ୍ସଲଗ୍ନ ଡେଲିଭରି ହବ୍ ସଂଖ୍ୟା ମଧ୍ୟ ଚଳିତ ବର୍ଷ ବହୁ ଗୁଣା ବଢ଼ାଇବ ।
ଜିଓମାର୍ଟରେ ପ୍ରୟ ୮୦ ଭାଗ ଉପଭୋକ୍ତା ବାରମ୍ବାର ଅର୍ଡର କରୁଥିବା ଦେଖଯାଇଛି । ଜିଓମାର୍ଟ ଗୋଟିଏ ଦିନରେ ସର୍ବାଧିକ ୬.୫ ଲକ୍ଷ ଅର୍ଡର ପୂରଣ କରିଛି । ବ୍ୟବସାୟ ସହଯୋଗୀମାନେ ସେମାନଙ୍କ ଗ୍ରାହକମାନଙ୍କୁ ଉତ୍ତମ ସେବା ପ୍ରଦାନ କରିପାରିବା ପାଇଁ ପାଇଁ ଜିଓମାର୍ଟର ପ୍ରତିଶ୍ରୁତି ବେଶ୍ ସରଳ ‘ଗ୍ରାହକ ଆପଣଙ୍କର, ସହାୟତା ଆମର’ ବୋଲି ଏହି ଅବସରରେ ସେ କହିଛନ୍ତି ।
ମହାମାରୀ ପ୍ରଭାବିତ ବର୍ଷ ୨୦୨୦-୨୧ରେ ବିବିଧ ଆହ୍ୱନମୂଳକ ପରିସ୍ଥିତି ସତ୍ତ୍ୱେ ରିଲାଏନ୍ସ ରିଟେଲ୍ ୧୫୦୦ ନୂଆ ଷ୍ଟୋର୍ ଖୋଲିବା ସହ କଂପାନିର ମୋଟ ଷ୍ଟୋର ସଂଖ୍ୟା ୧୨,୭୧୧ରେ ପହଂଚିଛି । ପ୍ରାୟ ପ୍ରତି ୮ ଜଣରେ ଜଣେ ଭାରତୀୟ ରିଲାଏନ୍ସ ରିଟେଲ୍ରୁ କ୍ରୟ କରୁଥିବା ଦେଖାଯାଇଛି ।
Comments are closed.