ଭୁବନେଶ୍ଵର: ରାଜ୍ୟକୁ କେନ୍ଦ୍ର ଦେଉଥିବା ଟିକା ଯୋଗାଣର ନିୟମ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି। ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟ ପାଇଁ ଧାର୍ଯ୍ୟ ହୋଇଥିବା ଟିକାରୁ ରାଜ୍ୟ ସରକାର ସିଧାସଳଖ ୭୫ ପ୍ରତିଶତ ହାରରେ ଟିକା କମ୍ପାନିଠାରୁ କିଣିପାରିବେ। ଏବଂ ୨୫ ପ୍ରତିଶତ ଟିକା ରାଜ୍ୟର ଘରୋଇ ହସପିଟାଲ କିଣିପାରିବେ। କିନ୍ତୁ ରାଜ୍ୟରେ ଲୋକ ଅନୁପାତରେ ସେତିକି ଘରୋଇ ହସପିଟାଲ ନାହିଁ। ଫଳରେ ରାଜ୍ୟକୁ ମିଳିବାକୁ ଥିବା ଟିକା ପୂରା ରାଜ୍ୟକୁ ମିଳିବ ନାହିଁ। ଘରୋଇ ହସପିଟାଲକୁ ୨୫ ପ୍ରତିଶତ ମିଳିବାର ଥିଲେ ମଧ୍ୟ ସେତିକି ଡାକ୍ତରଖାନା ନ ଥିବାରୁ କିଣିପାରିବେ ନାହିଁ। ଫଳରେ ରାଜ୍ୟ ପାଇଁ ଥିବା ଏହି ୨୫ ପ୍ରତିଶତ ଟିକାରୁ ରାଜ୍ୟ ତାର ପ୍ରାପ୍ୟ ହରାଇବ। ତେଣୁ ଏହାକୁ ୭୫:୨୫ ବଦଳରେ ୯୫:୫ ଅନୁପାତକୁ ବଦଳାଇବା ପାଇଁ ସ୍ଵାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ପୂର୍ବରୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଏହି ନିୟମର ଅସୁବିଧା ସମ୍ପର୍କରେ କେନ୍ଦ୍ରକୁ ଜଣାଇଥିଲେ।
BREAKING NEWS
- ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ
- ଥରିବ ଓଡ଼ିଶା; ଆହୁରି ଦୁଇ ଦିନ ଯାଏଁ ଘନ କୁହୁଡ଼ି
- ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେଲେ ଗ୍ରୀନ
- ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, କଂଗ୍ରେସ କହିଲା ସତ୍ୟର ବିଜୟ ହୋଇଛି..
- ୨୦ କୋଟି ଠକେଇ ଅଭିଯୋଗରେ ଦମ୍ପତି ଗିରଫ
- ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର ନେଇ ମୁହଁ ଖୋଲିଲେ ପିସିସି ସଭାପତି
- ‘Border 2’: ବିଜୟ ଦିବସରେ ରିଲିଜ୍ ହେଲା ‘ବର୍ଡର 2’ ଟିଜର
- Op Sindoor: ଭାରତୀୟ ସେନା ପ୍ରଦର୍ଶନ କଲେ ତୁର୍କୀ ଡ୍ରୋନ୍;ଅପରେସନ୍ ସିନ୍ଦୁରରେ ହୋଇଥିଲା ଧ୍ବଂସ, ଦେଖନ୍ତୁ ଭିଡିଓ…
- ଧଉଳିରେ ନାବାଳିକା ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିବା ପରି ବିଷୟ: ନବୀନ ପଟ୍ଟନାୟକ
- Messi Event Chaos ମେସି ବିଭ୍ରାଟ: ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଦେଲେ ଇସ୍ତଫା
Comments are closed.