Latest Odisha News

BREAKING NEWS

ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ

ବରଗଡ଼ : ବେଆଇନ ଚୋରା ଚାଲାଣ ବେଳେ ବିପୁଳ କଫ ସିରଫ ଜବତ । ଜଣେ ମହିଳା ସମେତ ୪ ଗିରଫ । ପ୍ରେସ ଲେଖାଥିବା କାରରେ ହେଉଥିଲା ଚୋରା ଚାଲାଣ । ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବଢି ଚାଲିଥିବା ବେଳେ ବରଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ରାତିରେ ବିପୁଳ ପରିମାଣର କଫ ସିରପ ଏସକଫ ଓ ଦୁଇଟି କାର ପୋଲିସ ଜବତ କରିଛି । ନିଶା କାରବାରରେ ସମ୍ପୃକ୍ତ ଜଣେ ମହିଳାଙ୍କ ସମେତ ୪ ଜଣ ଅଭିଯୁକ୍ତଙ୍କୁ ବରଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅଭିଯୁକ୍ତଙ୍କୁ ଗିରଫ ପରେ ସେମାନଙ୍କ ଠାରୁ ୧୨ ପେଟି ତଥା ୧୯୨୦ ବୋତଲ କଫ ସିରଫ,୨୦ ପ୍ୟାକେଟ ନାଇଟ୍ରୋଜେପାମ ଟାଵଲେଟ, ଗୋଟିଏ ଟାଟା ଟିଆଗୋ କାର ଓ ପ୍ରେସ ଲେଖାଥିବା ଗୋଟିଏ ଚେଭୋରଲେଟ କାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ପୋୖରାଞ୍ଚଳର ୧୧ ନମ୍ବର ୱାର୍ଡର । ନୂଆପଡାର ରାଧାକାନ୍ତ ଭୋସାଗର, ସମିମ ବେଗମ, ପଣ୍ଡରିପଥରର ଅବଦେଶ ତ୍ରିପାଠୀ ଓ ୱାର୍ଡ ନମ୍ବର ୯ ଅନ୍ତର୍ଗତ ନୂଆପଡାର ସରୋଜ ଭୋଇ ।

ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ତିନୋଟି ମୋବାଇଲ ଏବଂ ନଗଦ ୫ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ବରଗଡ଼ ଏସ ଡି ପି ଓ ଦୀପକ କୁମାର ଗୋଛୟତ କହିଛନ୍ତି । ଜବତ ନିଶା ଔଷଧର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଶ୍ରୀ ଗୋଛlୟତ କହିଛନ୍ତି ।

 

Leave A Reply

Your email address will not be published.