Latest Odisha News

BREAKING NEWS

କୋଭିଶିଲ୍ଡ ଟିକା ନେଇଥିବା ଲୋକ ଯାଇପାରିବେନି ୟୁରୋପ!

ନୂଆଦିଲ୍ଲୀ: କୋଭିଶିଲ୍ଡ ଟିକା ନେଇଥିବା ଲୋକମାନେ ଯାଇପାରିବେନି ୟୁରୋପ। କୋଭିଶିଲ୍ଡ ଟିକା ଗ୍ରହଣକାରୀମାନେ ୟୁରୋପର ନୂତନ ‘ଟିକା ପାସପୋର୍ଟ’ କାର୍ଯ୍ୟକ୍ରମ ପାଇଁ ଯୋଗ୍ୟ ହୋଇପାରିବେ ନାହିଁ। ଏହା କିଛି କରୋନା ଟିକାକୁ ସ୍ୱୀକୃତି ଦେଇଥାଏ।

ସମ୍ପ୍ରତି, ୟୁରୋପୀୟ ମେଡିସିନ୍ ଏଜେନ୍ସି (EMA) ଏହି କାର୍ଯ୍ୟକ୍ରମ ପାଇଁ କେବଳ ଚାରୋଟି କରୋନା ଟିକାକୁ ଅନୁମୋଦନ କରିଛି। ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ବିକଶିତ ହୋଇଥିବା କୋଭିଶିଲ୍ଡ ଟିକା ଏହି ତାଲିକାରେ ନାହିଁ।

ଯଦିଓ କୋଭିଶିଲ୍ଡକୁ ‘ହୁ’ ର ଅନୁମୋଦନ ମିଳିଛି। EMA ଦ୍ବାରା ଅନୁମୋଦିତ ଚାରିଟି ଟିକା ହେଉଛି (ଫାଇଜର / ବାୟୋ ଟେକ୍), ମୋଡର୍ନା, (ଆଷ୍ଟ୍ରା ଜେନେକା-ଅକ୍ସଫୋର୍ଡ), (ଜନସନ ଏବଂ ଜନସନ)।

ଏଥିସହ, ଭାରତର ଅଧିକାଂଶ ଲୋକ କୋଭିଶିଲ୍ଡ ଟିକା ନେଇଥିବାରୁ ଏବେ ଏହା ଚିନ୍ତାର ବିଷୟ ପାଲଟିଛି।

Comments are closed.