ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଆଇସିସି ଟି୨୦ ବିଶ୍ୱକପ ୟୁଏଇରେ କରିବା ପାଇଁ ସ୍ଥିର କରିଛି । କରୋନା ମହାମାରୀ ଯୋଗୁ ବୋର୍ଡ ଏହି ନିଷ୍ପତି ନେଇଥିବା କହିଛି । ତେବେ ପ୍ରକୃତରେ ଟି୨୦ବିଶ୍ୱକପ ୟୁଏଇକୁ ଶିଫ୍ଟ ହେବା ପଛରେ କରୋନା ଏକମାତ୍ର କାରଣ ? ଏହାର ଉତର ନାଁ, ଏଥିରେ ଅନେକ କାରଣ ଜଡିତ ଅଛି । ଯଦି ଓଭରାଲ ଚିନ୍ତା କରିବା ତାହାହେଲେ ଭାରତରେ ବିଶ୍ୱକପ ଆୟୋଜନ ନ ହେଲେ ବିସିସିଆଇ ମୋଟା ଅଙ୍କର ଲାଭ ପାଇବ । ଟ୍ୟାକ୍ସ ନ ପାଇବା ପରୋକ୍ଷରେ ଭାରତର କ୍ଷତି ହେବ । ବିଶ୍ୱକପ ଭାରତରେ ଆୟୋଜନ ହୋଇଥିଲେ ବୋର୍ଡକୁ ୪୬ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାନ୍ତ । ଏହାର ମୂଲ୍ୟ ପାଖାପାଖି ୯୦୦ କୋଟି ହେବ । ଯଦି ସରକାର କିଛି ଟ୍ୟାକ୍ସ ଛାଡ କରିଥାନ୍ତେ ତାହାହେଲେ ବି ଅତିକମରେ ୨୦୦ କୋଟି ମିଳିଥାନ୍ତା । ଟ୍ୟାକ୍ସ ଛାଡ ନେଇ ବିସିସିଆଇ ଓ ଭାରତ ସରକାର ପୂର୍ବରୁ ମୁହାଁମୁହିଁ ହୋଇ ସାରିଛନ୍ତି । ୨୦୧୬ ଟି୨୦ ବିଶ୍ୱକପ ଆୟୋଜନ ପରଠାରୁ ଏହି ବିବାଦ ଆରମ୍ଭ ହୋଇଛି । ଆଇସିସି, ବିସିସିଆକୁ ସରକାରଙ୍କଠାରୁ ଟ୍ୟାକ୍ସ ଛାଡ କରିବା ପାଇଁ ବ୍ୟବସ୍ଥା କରୁ ବୋଲି କହିଥିଲା ।
ମାତ୍ର ବିସିସିଆଇ ଅନୁରୋଧ କରିବା ସତ୍ୱେ ଆଂଶିକ ଛାଡ ପାଇଥିଲା । ପରେ ଆଇସିସି ୧୭୬ କୋଟି ଟଙ୍କା ବିସିସିଆଇର ଅଟକ ରଖିଥିଲା । ବିସିସିଆଇ ଭାରତରେ ଏହାକୁ ଆୟୋଜନ କରିଥିଲେ ରାଜ୍ୟ ସଂଘକୁ ପ୍ରତି ମୁକାବିଲା ପାଇଁ ୧କୋଟି ଟଙ୍କା ଦେଇଥାନ୍ତା । ଆଇପିଏଲ ବାବଦକୁ ମଧ୍ୟ ଏହି ଅର୍ଥ ପୈଠ କରାଯାଏ । ଏହା ହିସାକୁ ନେଲେ ବୋର୍ଡକୁ ପ୍ରାୟ ୪୫କୋଟି ଟଙ୍କା ଦେବାକୁ ପଡିଥାନ୍ତା । ବୋର୍ଡ ୨୦୨୦ ଆଇପିଏଲ ୟୁଏଇରେ କରିବା ପାଇଁ ୧୦୦ କୋଟି ଟଙ୍କା ଦେଇଥିଲା । ଏବେ ବିଶ୍ୱକପ ବାବଦକୁ ବୋର୍ଡ ୮୦ରୁ ୯୦ କୋଟି ଟଙ୍କା ଦେବ । ଫିସ ବାବଦକୁ ଭାରତ ତୁଳନାରେ ବିସିସିଆଇକୁ ୨ ଗୁଣା ଅର୍ଥ ୟୁଏଇକୁ ଦେବାକୁ ପଡୁଛି । ମାତ୍ର ଏହି ଖର୍ଚ୍ଚ ସତ୍ୱେ ଟ୍ୟାକ୍ସ ବାବଦରେ ବୋର୍ଡକୁ ଅତି କମରେ ୧୧୦ରୁ ୧୨୦ କୋଟି ଟଙ୍କାର ଫାଇଦା ହେବ ।
ପ୍ରସାରଣ ରାଇଟ୍ସ ହାତେଇଥିବା ଷ୍ଟାରସ୍ପୋର୍ଟ୍ସକୁ ମଧ୍ୟ ବିଶେଷ କ୍ଷତି ସହିବାକୁ ପଡିବ ନାହିଁ । କାରଣ ପୂର୍ବରୁ ଆଇପିଏଲ ପ୍ରସାରଣ ପାଇଁ ସମସ୍ତ ବ୍ୟବସ୍ଥା କରି ସାରିଥିବ । ୨୦୧୯ ବିଶ୍ୱକପ ଇଂଲଣ୍ଡ ଆୟୋଜନ କରିବା ଫଳରେ ସ୍ଥାନୀୟ ସରକାରଙ୍କୁ ୩୬୦୦ କୋଟିର ଲାଭ ମିଳିଥିଲା । କରୋନା ସମୟରେ ଭାରତରେ ବିଶ୍ୱକପ ଆୟୋଜନ ହୋଇଥିଲେ ଦେଶର ଫାଇଦା ହୋଇଥାନ୍ତା ।
BREAKING NEWS
- ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍ପେଣ୍ଡ
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- ୧,୦୦୦ ମେଟ୍ରିକ୍ ଟନ୍ ସ୍ୱାସ୍ଥ୍ୟକର ଚାଉଳ ପାଇଁ ୪ ଏମଓୟୁ ସ୍ୱାକ୍ଷରିତ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର

Comments are closed.