କେନ୍ଦୁଝର : କେନ୍ଦୁଝର ତେଲକୋଇରେ ଅଘଟଣ । ହାଲପୋଡିରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ହାଲପୋଡ଼ି ଝୁମୁକାପଶି ସାହିର ଯୁଧିଷ୍ଠିର ମହାକୁଡ଼ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇ ନଫେରିବାରୁ ପତ୍ନୀ ପୋଖରୀ ପାଖକୁ ଯାଇ ଖୋଜାଖୋଜି କରିଥିଲେ । ହେଲେ ପୋଖରୀ କୂଳରେ ସ୍ବାମୀଙ୍କ ଚପଲ ଦେଖିଥିଲେ ପତ୍ନୀ । ଯୁଧିଷ୍ଠୀର ପାଣିରେ ବୁଡି ଯାଇଥିବା ସନ୍ଦେହ କରିଥିଲେ । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ବହୁ ଖୋଜା ଖୋଜି ପରେ ପୋଖରୀରୁ ଉଦ୍ଧାର ହୋଇଥିଲା ଯୁଧିଷ୍ଠୀରଙ୍କ ମୃତଦେହ । ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।
BREAKING NEWS
- Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ
- Odisha Masters 2025:ଡିସେମ୍ବର ୧୪ରେ ଫାଇନାଲ ମ୍ୟାଚ; ଏହି ଭାରତୀୟ ଖେଳାଳୀ ଦେଖାଇବେ ଦମ୍
- କୃଷିର ନିରନ୍ତର ଅଭିବୃଦ୍ଧି ପାଇଁ ଶୀତଳ ଭଣ୍ଡାର ଏକ ସହାୟକ ପରିବେଶ ସୃଷ୍ଟି କରିବ: କୃଷି ମନ୍ତ୍ରୀ
- ପରଲୋକରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ର
- ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣରେ ସମ୍ବର୍ଦ୍ଧିତ ହେଲେ ରାଜ୍ୟର ୩୦ ଛାତ୍ରଛାତ୍ରୀ; ଯିବେ ISRO
- ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ପରେ ଅନ୍ୟ ଟ୍ରେନରେ ବି ହେବ ଉପଲବ୍ଧ…
- ସତରେ କଣ ଘରର ସୁନା ଯୋଗିଥାଏ ସାପ ? କ’ଣ କହୁଛି ଧର୍ମ…
- ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…
- ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା
- ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…
Comments are closed.