କେନ୍ଦୁଝର : କେନ୍ଦୁଝର ତେଲକୋଇରେ ଅଘଟଣ । ହାଲପୋଡିରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ହାଲପୋଡ଼ି ଝୁମୁକାପଶି ସାହିର ଯୁଧିଷ୍ଠିର ମହାକୁଡ଼ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଗାଧୋଇବାକୁ ଯାଇ ନଫେରିବାରୁ ପତ୍ନୀ ପୋଖରୀ ପାଖକୁ ଯାଇ ଖୋଜାଖୋଜି କରିଥିଲେ । ହେଲେ ପୋଖରୀ କୂଳରେ ସ୍ବାମୀଙ୍କ ଚପଲ ଦେଖିଥିଲେ ପତ୍ନୀ । ଯୁଧିଷ୍ଠୀର ପାଣିରେ ବୁଡି ଯାଇଥିବା ସନ୍ଦେହ କରିଥିଲେ । ଏନେଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ବହୁ ଖୋଜା ଖୋଜି ପରେ ପୋଖରୀରୁ ଉଦ୍ଧାର ହୋଇଥିଲା ଯୁଧିଷ୍ଠୀରଙ୍କ ମୃତଦେହ । ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।
BREAKING NEWS
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
- Iran US War: ନୌସେନା, ବାୟୁସେନା, ସମଗ୍ର ନେତୃତ୍ୱ…ସବୁ ଶେଷ, ଇରାନ ଉପରେ ବିଜୟ ଘୋଷଣା କଲେ ରାଷ୍ଟ୍ରପତି ଟ୍ରମ୍ପ
Comments are closed.