Latest Odisha News

BREAKING NEWS

ଭାରତୀୟ ବୁକିଙ୍କ ସହ ମ୍ୟାଚ ଫିକ୍ସ କରିବା ଅଭିଯୋଗରେ ଦଣ୍ଡିତ ହେଲେ ୟୁଏଇର ଅମୀର, ଅଶଫାକ

ଦୁବାଇ: ଭାରତୀୟ ବୁକିଙ୍କ ସହ ମିଶି ମ୍ୟାଚ ଫିକ୍ସ କରିବା ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି ୟୁଏଇର ଦୁଇ ଖେଳାଳି ଅମୀର ହୟାତ ଓ ଅଶଫାକ ଅହମ୍ମଦ । ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସେମାନଙ୍କୁ ୮ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଟି୨୦ ବିଶ୍ୱକପ କ୍ୱାଲିଫାଇଂ ରାଉଣ୍ଡ ମ୍ୟାଚ ଫିକ୍ସ କରିବା ପାଇଁ ସେମାନେ ଉଦ୍ୟମ କରିଥିବା ସ୍ୱୀକାର କରିଛନ୍ତି । ଏଥିପାଇଁ ବୁକିଙ୍କଠାରୁ ୪୦୮୩ ଡଲାର ନେଇଥିଲେ । ୧୩ ସେପ୍ଟମ୍ବର ୨୦୨୦ରୁ ସେମାନଙ୍କ ଦଣ୍ଡ ଆରମ୍ଭ ହେବ ।

ପାକିସ୍ତାନରେ ଜନ୍ମିତ ଏହି ଦୁଇ କ୍ରିକେଟର ବୁକିଙ୍କ ନିକଟରେ ମିଷ୍ଟର ୱାଇ ଭାବେ ପରିଚିତ ଥିଲେ । ସେମାନେ ଅର୍ଥ ନେବା ସହ ସମସ୍ତ ଉଦ୍ୟମ କରିଥିଲେ, ମାତ୍ର ନିର୍ଦ୍ଧାରିତ ସମୟରେ ବୁକିଙ୍କ ସହ ଭେଟ ହୋଇ ନ ପାରିବାରୁ ମ୍ୟାଚ ଫିକ୍ସ କରିପାରି ନ ଥିଲେ ବୋଲି କହିଛନ୍ତି ।

Leave A Reply

Your email address will not be published.