Latest Odisha News

ରାଜ୍ୟରେ ବଢିଲା ବସ୍ ଭଡ଼ା, ଆଜିଠୁ ବର୍ଦ୍ଧିତ ଦର ଲାଗୁ

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ୍ ଭଡ଼ା। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବଢ଼ିଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ଲେଖାଏ ବୃଦ୍ଧି ହୋଇଛି। ସୁପର ପ୍ରିମିୟମ ବସରେ ଭଡ଼ା କିଲୋମଟରରୁ ପିଛା ୧୨ ପଇସା ବଢ଼ିଛି। ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର।

ସାଧାରଣ ବସ୍ ଭଡ଼ା କିଲୋମିଟର ପ୍ରତି ୮୫ ପଇସା ଥିଲା। ୪ ପଇସା ବଢ଼ି ୮୯ ପଇସାକୁ ବୃଦ୍ଧି ପାଇଛି। ଏକ୍ସପ୍ରେସ ବସ୍ ଭଡା ୮୯ ପଇସା ଥିଲା। ଏବେ ୯୩ ପଇସା ହୋଇଛି। ଡିଲକ୍ସ ବସରେ ଏଣିକି ଯାତ୍ରୀ କିଲୋମଟର ପ୍ରତି ୧୨୯ ପଇସା ଦେବେ। ପୂର୍ବରୁ ଥିଲା ୧୨୧ ପଇସା।

ଏସି ଡିଲକ୍ସ ବସ ଭଡା କିଲୋମିଟର ପ୍ରତି ୧୪୯ ପଇସାରୁ ବଢ଼ି ୧୫୭ ପଇସା ହୋଇଛି। ସେହିପରି ସୁପର ପ୍ରିମିୟମ ବସ ଭଡ଼ା ଆଉ ୧୨ ପଇସା ବଢ଼ି ୨୪୪ ପଇସା ହୋଇଛି। ପୂର୍ବରୁ ଥିଲା ୨୩୨ ପଇସା। ତୈଳ ଦର ବୃଦ୍ଧି ପରେ ଅଟୋଫେୟାର ମେକାନିଜମ ଅନୁସାରେ ବଢ଼ିଛି ବସ ଭଡା।

Comments are closed.