Latest Odisha News

BREAKING NEWS

ବଡ଼ଦାଣ୍ଡରେ ଘର କରିଥିବା ଲୋକ କେବଳ ଛାତ ଉପରୁ ଦେଖିପାରିବେ ରଥଯାତ୍ରା

ପୁରୀ: ରଥଯାତ୍ରା ପ୍ରସ୍ତୁତି ଜୋରଦାର ହେଲାଣି। ଆଜି ରଥଯାତ୍ରା ଆୟୋଜନ ନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ। ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପ୍ରଶାସନିକ କର୍ମଚାରୀ, ପୋଲିସ ଓ ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍ ୩୫୦୦ ଜଣଙ୍କର କୋଭିଡ୍ ଟେଷ୍ଟ କରାଯିବ। ଆସନ୍ତା ୮ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟେଷ୍ଟ କରାଯିବ।

ରଥଯାତ୍ରା ପାଇଁ ପୁରୀରେ ଜାରି ହେବ କଡ଼ା କଟକଣା। ପୁରୀକୁ ବସ ଓ ଟ୍ରେନ ଚଳାଚଳ ବନ୍ଦ ରହିବ। ବଡ଼ଦାଣ୍ଡରେ ଜାରି ହେବ ୧୪୪ ଧାରା। ପୁରୀର କୌଣସି ହୋଟେଲ, ଲଜ, ଧର୍ମଶାଳାରେ ପର୍ଯ୍ୟଟକ କି ଶ୍ରଦ୍ଧାଳୁ ରହିପାରିବେ ନାହିଁ। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ କେବଳ ବଡ଼ଦାଣ୍ଡରେ ଘର କରିଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଅନୁମତି ରହିବ। ସେମାନେ କେବଳ ଘର ଛାତ ଉପରୁ ରଥଯାତ୍ରା ଦେଖି ପାରିବେ।

ବାହାର ଲୋକ କିମ୍ବା ଅତିଥିଙ୍କୁ ଛାତ ଉପରେ ଠିଆ ହେବାର ସୁଯୋଗ ମିଳିବ ନାହିଁ। ଏଥିପାଇଁ ବଡ଼ଦାଣ୍ଡରେ କେତେ ଘର ଅଛି, ସେମାନଙ୍କ ଘର ସଦସ୍ୟ କେତେ ଜିଲ୍ଲା ପ୍ରଶାସନ ତାର ତାଲିକା ପ୍ରସ୍ତୁତ କରିବ। ଯେଉଁମାନେ ନିୟମର ଉଲ୍ଲଙ୍ଗନ କରିବେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।

Leave A Reply

Your email address will not be published.