Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୨୯୧୭ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୪.୦୭%

ଭୁବନେଶ୍ୱର: ରାଜ୍ୟରେ ଆଜି ୩ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୯୧୭ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୬ଶହ ୭୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨ଶହ ୪୦ । ଏହି ସମୟକେ ୭୧ହଜାର ୫୫୪ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୪.୦୭% ।

ଖୋର୍ଦ୍ଧାରୁ ସର୍ବାଧିକ ୫୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୨୨, ବାଲେଶ୍ୱରରୁ ୨୩୭, ଯାଜପୁରରୁ ୨୧୮, ମୟୂରଭଞ୍ଜରୁ ୧୬୫, ଭଦ୍ରକରୁ ୧୬୩, ପୁରୀରୁ ୧୩୨ ଓ ଜଗତସୁଂହପୁରରୁ ଚିହ୍ନଟ ହୋଇଛନ୍ତି ୧୧୯ ସଂକ୍ରମିତ ।

୨୨ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଦେବଗଡ଼(୫), ଗଜପତି(୬), ଝାରସୁଗୁଡ଼ା(୮) ଓ ନୂଆପଡ଼ା(୮) ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି । କରୋନା ମାନଚିତ୍ରରେ ସବୁଜ ହେଉଛି ଓଡ଼ିଶା । କମୁଛି ରେଡ୍ ଓ ବଢୁଛି ଗ୍ରୀନ୍ ଜୋନ୍ ଜିଲ୍ଲା ସଂଖ୍ୟା ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୧୯ହଜାର ୨୬କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୮୪ହଜାର ୨୬୨ ଆକ୍ରାନ୍ତ । ଏବେ ରାଜ୍ୟରେ ୩୦ହଜାର ୫୫୭ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.