Latest Odisha News

BREAKING NEWS

ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ

ଜଗତସିଂହପୁର: ସ୍ତ୍ରୀ ଓ ଝିଅକ ହାଣିଲା ସ୍ୱାମୀ । ଏହାପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘର ଭିତରି ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରେ । ମୃତକ ହେଲେ  ଲୋକନାଥ ପାଲ ।

ଲୋକନାଥଙ୍କ ଆକ୍ରମଣରେ ଝିଅ ମଧୁସ୍ମିତାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ କଳ୍ପନାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଛି । ତାଙ୍କୁ ଜଗତସିଂପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର କରାଯାଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଲୋକନାଥ ଜଣେ ରାଜମିସ୍ତ୍ରୀ । ପୋଲିସ ପହଞ୍ଚି ଖୋଳତାଡ କରୁଛି ।

Leave A Reply

Your email address will not be published.