Latest Odisha News

BREAKING NEWS

୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ !

ଭୁବନେଶ୍ୱର: ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦ ପାଇଁ ପ୍ରକ୍ରିୟା ଜାରି ରହିଛି । ସବୁ ଠିକଠାକ୍ ରହିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ରହିଛି । ପୁରୀରୁ ବିମାନସେବା ଉପରେ ଏହି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବିମାନବନ୍ଦର ପାଇଁ ଜାଗା ଚିହ୍ନଟ କାମ ଆରମ୍ଭ ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ବର୍ତ୍ତମାନ କରୋନା ସ୍ଥିତି ଯୋଗୁ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ରାଜ୍ୟର ରାଉରକେଲା, ଉତକେଲାଓ ଜୟପୁର ଆଦି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି । ଏଥିସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଥିବା ଏୟାରଷ୍ଟ୍ରପ୍ ଉନ୍ନତି ପାଇଁ ଆଲୋଚନା ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ପୁରୀରେ ବିମାନବନ୍ଦର ନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦନ ଅନୁଧ୍ୟାନ ପାଇଁ ନିକଟରେ ଓଡ଼ିଶା ଆସିଥିଲା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆର ଟିମ୍ ।

ସେମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜିଲ୍ଲା ଓ ରାଜ୍ୟ ପ୍ରଶାସନିକ ଅଧିକାରୀ ସହ ଆଲୋଚନା କରିଥିଲେ । ବିମାନବନ୍ଦ ନେଇ ଆବଶ୍ୟକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.