Latest Odisha News

BREAKING NEWS

ରାୟଗଡ଼ାରୁ ରାଜସ୍ଥାନ ଚାଲାଣ ବେଳେ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୬ ଗିରଫ

ରାୟଗଡା: ରାଜସ୍ଥାନକୁ ରାୟଗଡ଼ାରୁ ଗଞ୍ଜେଇ ଚୋରା ଚାଲାଣ । ସୂଚନା ପାଇ ରେଡ୍ କଲା ମୁନିଗୁଡା ପୋଲିସ । ରାଜସ୍ଥାନ ଆଜମେରକୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଢ଼େପାଗୁଡା ନିକଟରେ ଟ୍ରକରେ ଲୋଡିଂ ହେଉଥିବା ବେଳେ ଚଢ଼ାଉ କଲା ପୋଲିସ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରେ ଅଛନ୍ତି ଟ୍ରକ୍ ମାଲିକ, ଡ୍ରାଇଭର ଓ ୪ଜଣ ସ୍ଥାନୀୟ ଗଞ୍ଜେଇ ବେପାରୀ । ଜବତ ହୋଇଛି ମୋଟ୍ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ।

ଗୋଟିଏ ଟ୍ରକ, ଟ୍ରାକ୍ଟର, ଅଟୋ ସହ ମୋଟ୍ ୭.୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୭୮ ଲଲକ୍ଷରୁ ଅଧିକ ଟଙ୍କା ହେବ । ଟ୍ରକଟି ବିଶାଖାପାଟଣାରୁ ଫେରୋ ନିକେଲ ନେଇ ରାଜସ୍ଥାନର ଆଜମେର ଯାଉଥିଲା । ବସ୍ତାରେ ବନ୍ଧା ହୋଇ ଚାଲାଣ ହେଉଥିଲା ।

ଟ୍ରକରେ ଗଞ୍ଜେଇ ଚାଲାଣ ନେଇ ପୋଲିସକୁ ମିଳିଥିଲା ଆଗୁଆ ସୂଚନା । ଅଚାନକ ଘଟଣାସ୍ଥଳରେ ପହଞ୍ଚି ୬ ଜଣଙ୍କୁ କାବୁ କରିବା ସହ ଚୋରା ଗଞ୍ଜେଇ ଜବତ କରିଛି ମୁନିଗୁଡ଼ା ଥାନା ପୋଲିସ । ଅଧିକ ଖୋଳତାଡ ଜାରି ରହିଛି ।

Leave A Reply

Your email address will not be published.