Latest Odisha News

BREAKING NEWS

ଆମୀର ଖାନଙ୍କ ବିବାହ ବିଚ୍ଛେଦ ଉପରେ ଏମିତି କଥା କହିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ବଲିଉଡ ଅଭିନେତା ଆମୀର ଖାନ ଓ ପତ୍ନୀ କିରଣ ରାଓ ୧୫ ବର୍ଷ ପରେ ବିବାହ ବିଚ୍ଛେଦ ନେଇ ଦୁଇ ଦିନ ତଳେ ଘୋଷଣା କରିଥିଲେ । ସେମାନଙ୍କର ଏହି ଘୋଷଣା ଲକ୍ଷ ଲକ୍ଷ ଫ୍ୟାନଙ୍କ ଚକିତ କରିଛି । ଆମୀରଙ୍କ ବିବାହ ବିଚ୍ଛେଦ ଖବର ପରେ ତାଙ୍କ ଉପରେ ନିର୍ଧୂମ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଏକାଧିକ ପତ୍ନୀ ଗ୍ରହଣ ଓ ପରେ ବିବାହ ବିଚ୍ଛେଦ ଉପରେ ସୁରେଶ ରାଉତରାୟ କହିଛନ୍ତି, ଆମୀର ଭାରତ ଛାଡ଼ି ପାକିସ୍ତାନ ନହେଲେ ଆରବ ଦେଶକୁ ପଳାଇ ଯାଆନ୍ତୁ । ଭାରତରେ ଏକାଧିକ ପତ୍ନୀ ଗ୍ରହଣ ହୁଏ ନାହିଁ । ସେଭଳି ଜୀବନ ଚାହୁଁଥିଲେ ପାକିସ୍ତାନ ନହେଲେ ଆରବ ଦେଶକୁ ପଳାଇ ଯାଆ ବୋଲି ଆମୀର ଖାନଙ୍କୁ ସୁରେଶ ରାଉତରାୟ କହିଛନ୍ତି ।

ତାଙ୍କୁ ଅଲାଜୁକ କହିବା ସହ ଆମୀରଙ୍କ ଏଭଳି କାମ ଯୁବଗୋଷ୍ଠୀଙ୍କ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିବ ବୋଲି ସୁରେଶ ରାଉତରାୟ କହିଛନ୍ତି । ଏହାସହ ସେ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି ପତ୍ନୀଙ୍କ ସହ ସାରା ଜୀବନ ରୁହ । ପ୍ରେମ ବିବାହ ହେଉ କି ଆରେଞ୍ଜ ମ୍ୟାରେଜ୍ ସ୍ତ୍ରୀ ସହ ଏକାଠି ରହିବାକୁ ସେ ପରାମର୍ସ ଦେଇଛନ୍ତି ।

ପୂର୍ବରୁ ଆମୀର ଖାନ୍ ରୀନା ଦତ୍ତଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି । ୧୬ ବର୍ଷ ପରେ ତାଙ୍କ ସହ ଡିଭୋର୍ସ ପରେ କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଆମୀର ଖାନ୍ ।

Leave A Reply

Your email address will not be published.