Latest Odisha News

ଟୋକିଓ ଅଲିମ୍ପିକ୍ସ: ଭାରତର ଧ୍ୱଜବାହକ ହେବେ ମେରୀ କମ୍‌, ମନପ୍ରୀତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଉଦଘାଟନୀ ସମାରୋହରେ ଭାରତର ଧ୍ୱଜବାହକ ହେବେ ମହିଳା ବକ୍ସର ମେରୀ କମ୍ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ । ଉଦଘାଟନୀ ସମାରୋହ ୨୩ ଜୁଲାଇରେ ଆୟୋଜିତ ହେବ । ଉଦଯାପନୀ ଉତ୍ସବରେ ବଜରଙ୍ଗ ପୁନିଆ ଧ୍ୱଜବାହକ ହେବେ । ୩୮ ବର୍ଷୀୟ ମେରୀ କମଙ୍କ ଏହା ଶେଷ ଅଲିମ୍ପିକ୍ସ ହେବ ବୋଲି ଆଶା କରାଯାଉଛି ।

ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିଥିବା ଏହି ସୁପର ମମ ଏଥର ମଧ୍ୟ ଏହି ସଫଳତା ଦୋହରାଇବାକୁ ଚାହିଁବେ । ୨୭ ବର୍ଷୀୟ ବଜରଙ୍ଗ ୬୫ କିଗ୍ରା ଫ୍ରିଷ୍ଟାଇଲରେ ୨ ନମ୍ବର ମାନ୍ୟତା ପାଇଛନ୍ତି । ତାଙ୍କଠାରୁ ଭାରତ ଏକ ନିଶ୍ଚିତ ପଦକ ଆଶା କରୁଛି ।

Comments are closed.