ଭବାନୀପାଟଣା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ବାଇକ୍ ପିଟିହେଲା । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକଙ୍କ ଭିତରେ ଅଛନ୍ତି ମରିଆବନ୍ଧଲି ଗାଁର ଦୁଇ ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ । ଅନ୍ୟ ଜଣେ ମୃତକ ହେଲେ ଚଞ୍ଜରାଭାଡ଼ି ଗାଁର ରାଜୁ ବଗର୍ତ୍ତୀ ।
ଦୁର୍ଘଟଣାରେ ଆଉ ଆଉ ଜମେ ସାମାନ୍ୟ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଚାରି ଜଣ ଗୋଟିଏ ବାଇକରେ ଝାରବନ୍ଧରୁ ଜୁନାଗଡ଼ ଅଭିମୁଖେ ଯାଉଥିଲେ । ଏତିକିବଳେ ମୂର୍ଲାପଦର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ ।
ସମସ୍ତଙ୍କୁ ଉଦ୍ଧାର କରି ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଜୁନାଗଡ଼ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
Comments are closed.