Latest Odisha News

BREAKING NEWS

ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍ ଟିକା, ଖୁବଶୀଘ୍ର ସରକାରୀ କେନ୍ଦ୍ରରେ ମିଳିବ !

ନୂଆଦିଲ୍ଲୀ: କୋଭାକ୍ସିନ, କୋଭିସିଲ୍ଡ ଭଳି ମାଗଣାରେ ଲୋକଙ୍କୁ ଦିଆଯିବ ସ୍ଫୁଟନିକ୍-ଭି ଭ୍ୟାକସିନ୍ । ଖୁବଶୀଘ୍ର ସରକାରୀ ଟିକାାଦନ କେନ୍ଦ୍ରରେ ରୁଷ୍ ଟିକା ଉପଲବ୍ଧ ହେବ । ଏହି ସୂଚନା ଦେଇଛନ୍ତି କୋଭିଡ୍-୧୯ କାର୍ୟ୍ୟ ସମୂହ (ଓ୍ୱାର୍କିଂ ଗ୍ରୁପ) ଅଧ୍ୟକ୍ଷ ଡ. ଏନ୍. କେ. ଆରୋରା ।

ସେ କହିଛନ୍ତି, ସ୍ଫଟନିକ୍-ଭି ଟିକା ଏବେ କେବଳ ଦେଶରେ ଘରୋଇ ହସ୍ପିଟାଲରେ ମିଳୁଛି । ଏହାକୁ କେନ୍ଦ୍ର ସରକାରଙ୍କ ମାଗଣା ଟିକାକରଣ ଅଭିଯାନରେ ସାମିଲ କରିବାକୁ ଯୋଜନା ରହିଛି । କିନ୍ତୁ ଏହା ଟିକାର ଯୋଗାଣ ଉପରେ ନିର୍ଭର କରୁଛି । ରୁଷ୍ ଟିକା ସ୍ଫୁଟନିକ୍-ଭିକୁ ମାଇନସ୍ ୧୮ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସଂରକ୍ଷିତ ରଖିବାକୁ ପଡିବ ।

ପୋଲିଓ ଟିକା ସଂରକ୍ଷିତ ରଖିବାକୁ ବ୍ୟବହୃତ ହେଉଥିବା କୋଲ୍ଡ ଚେନ୍ ବ୍ୟବସ୍ଥାକୁ ସ୍ଫୁଟନିକ୍-ଭିକୁ ରଖିବାରେ ବ୍ୟବହାର କରାଯାଇ ପାରିବ । ଏହାଦ୍ୱାରା ଦେଶର ଗ୍ରାମାଞ୍ଚଳରେ ପହଞ୍ଚିପାରିବ ସ୍ଫୁଟନିକ୍-ଭି ଟିକା ।

ଏଥିସହ ଡ. ଆରୋରା କହିଛନ୍ତି, ଚଳିତମାସ ଶେଷ ସୁଦ୍ଧା ୫୦ କୋଟି ଡୋଜ୍ ଟିକା ଦେବାକୁ ଟାର୍ଗେଟ ରଖାଯାଇଛି । ଏବେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଅଧିକ ଉତ୍ପାଦନ ଓ ଯୋଗାଣ ହେଉଛି । ଆଗକୁ ସ୍ଫୁଟନିକ୍-ଭି, ମୋଡେର୍ଣ୍ଣା ଓ ଜାଇଡସ୍ କାଡିଲା ଟିକା ଆସିଲେ ଦୈନିକ ଟିକାକରଣ ୫୦ ଲକ୍ଷରୁ ବଢ଼ି କୋଟିଏ ହୋଇଯିବ ।

Leave A Reply

Your email address will not be published.