ଭୁବନେଶ୍ଵର: କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା ଭାଇରସ ମଣିଷ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟଙ୍ଗ କିଡନୀକୁ ପ୍ରଭାବିତ କରୁଛି। କରୋନାରୁ ମୁକ୍ତ ହେବାପରେ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହେଉଛି। ଇଟାଲୀରେ ହୋଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି, କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ କ୍ଷେତ୍ରରେ କିଡନୀ ଅସ୍ଵାଭାବିକତା ଦେଖାଦେଉଛି। ଇଟାଲୀର ଏକ ଗବେଷଣାରୁ ଏହା ଆଶଙ୍କା କରାଯାଉଛି। ସେହିପରି ଆମେରିକାର ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ମଧ୍ୟ ଏ ସଂକ୍ରାନ୍ତରେ ଏକ ଗବେଷଣା କରିଥିଲା। ମୋଡେନା ବିଶ୍ଵବିଦ୍ୟାଳୟରେ ୩୦୭ କୋଭିଡ୍ ରୋଗୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୯ ଜଣଙ୍କଠାରେ ଗୁରୁତର କିଡନୀ ସମସ୍ୟା ଦେଖାଦେଇଥିଲା। ସେମାନଙ୍କ ମଧ୍ୟରୁ ୫୭ ପ୍ରତିଶତଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା। ଏହି ରିପୋର୍ଟ ଅନୁସାରେ କିଡନୀ ରୋଗର ଶିକାର ହେଉଥିବା ରୋଗୀଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା ୬୫ ପ୍ରତିଶତରୁ ଅଧିକ। ଗୁରୁତର କିଡନୀ ସଂକ୍ରମଣ ସହିତ ସୁସ୍ଥ ଆକ୍ରାନ୍ତମାନେ ପରିସ୍ରା ସଂକ୍ରମଣର ଶିକାର ହେଉଛନ୍ତି। ପରିସ୍ରାରେ ପ୍ରୋଟିନ ଓ ରକ୍ତ ଆସୁଥିବା ଭଳି ସାଂଘାତିକ ତଥ୍ୟ ଏହି ରିପୋର୍ଟରେ ରହିଛି।
BREAKING NEWS
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ

Comments are closed.