ଭୁବନେଶ୍ଵର: କରୋନା ଫୁସଫୁସକୁ ଆକ୍ରମଣ କରୁଛି। ଏ ସାଂଘାତିକ ଭାଇରସ୍ ଗଳାରୁ ବାହାରି ଫୁସଫୁସକୁ ଗଲେ, ରୋଗୀ ଗୁରୁତର ହେଉଛି। କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ହେଉଛି। କିନ୍ତୁ ସୁସ୍ଥ ହେଉଥିବା ଲୋକ ବି ନିରାପଦ ନୁହନ୍ତି। କରୋନାରୁ ସୁସ୍ଥ ହେବା ପରେ ଅନ୍ୟ ରୋଗର ଶିକାର ହେଉଛନ୍ତି। କରୋନା ଭାଇରସ ମଣିଷ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରତ୍ୟଙ୍ଗ କିଡନୀକୁ ପ୍ରଭାବିତ କରୁଛି। କରୋନାରୁ ମୁକ୍ତ ହେବାପରେ ରୋଗୀ କିଡନୀ ରୋଗରେ ଆକ୍ରାନ୍ତ ହେଉଛି। ଇଟାଲୀରେ ହୋଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି, କରୋନାରୁ ସୁସ୍ଥ ହୋଇଥିବା କିଛି ଲୋକଙ୍କ କ୍ଷେତ୍ରରେ କିଡନୀ ଅସ୍ଵାଭାବିକତା ଦେଖାଦେଉଛି। ଇଟାଲୀର ଏକ ଗବେଷଣାରୁ ଏହା ଆଶଙ୍କା କରାଯାଉଛି। ସେହିପରି ଆମେରିକାର ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ମଧ୍ୟ ଏ ସଂକ୍ରାନ୍ତରେ ଏକ ଗବେଷଣା କରିଥିଲା। ମୋଡେନା ବିଶ୍ଵବିଦ୍ୟାଳୟରେ ୩୦୭ କୋଭିଡ୍ ରୋଗୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୯ ଜଣଙ୍କଠାରେ ଗୁରୁତର କିଡନୀ ସମସ୍ୟା ଦେଖାଦେଇଥିଲା। ସେମାନଙ୍କ ମଧ୍ୟରୁ ୫୭ ପ୍ରତିଶତଙ୍କ ଅବସ୍ଥା ଅତି ଗୁରୁତର ହୋଇଯାଇଥିଲା। ଏହି ରିପୋର୍ଟ ଅନୁସାରେ କିଡନୀ ରୋଗର ଶିକାର ହେଉଥିବା ରୋଗୀଙ୍କ ମଧ୍ୟରେ ମୃତ୍ୟୁ ଆଶଙ୍କା ୬୫ ପ୍ରତିଶତରୁ ଅଧିକ। ଗୁରୁତର କିଡନୀ ସଂକ୍ରମଣ ସହିତ ସୁସ୍ଥ ଆକ୍ରାନ୍ତମାନେ ପରିସ୍ରା ସଂକ୍ରମଣର ଶିକାର ହେଉଛନ୍ତି। ପରିସ୍ରାରେ ପ୍ରୋଟିନ ଓ ରକ୍ତ ଆସୁଥିବା ଭଳି ସାଂଘାତିକ ତଥ୍ୟ ଏହି ରିପୋର୍ଟରେ ରହିଛି।
BREAKING NEWS
- କେମିତି କରବେ E-Fasting …?
- ୩୭ତମ ସବ ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍; ବାଳିକା ସିଙ୍ଗଲ ୧୫ ଓ ୧୭ ବର୍ଷରୁ କମ୍ ବର୍ଗ ସେମିଫାଇନାଲରେ ଓଡ଼ିଆ ଖେଳାଳୀ
- ଲଣ୍ଡନରେ ଶାହରୁଖ ଓ କାଜୋଲଙ୍କ ବ୍ରୋଞ୍ଜ ପ୍ରତିମା ଉନ୍ମୋଚନ
- ବାଲ୍ୟବିବାହ ମୁକ୍ତ ଭାରତ ପାଇଁ ସଚେତନତା ଅଭିଯାନ ଆରମ୍ଭ
- ପୁରୁଣା ଆପାର୍ଟମେଣ୍ଟ ବିକ୍ରି ନିୟମକୁ ସହଜ କଲେ ଓଡ଼ିଶା ସରକାର
- ପୁଟିନଙ୍କ ବିମାନ ଉପରେ ସାରା ବିଶ୍ୱର ନଜର, ଜାଣନ୍ତୁ କେତେ ଜଣ କଲେ ଲାଇଭ୍ ଟ୍ରାକ୍..
- ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ: କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
- ହେଡେନଙ୍କୁ ଉଲଗ୍ନ ହେବାରେ ବଂଚାଇ ଦେଲେ ରୁଟ
- ପୁଟିନଙ୍କ ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦି…
- କଳିଙ୍ଗା ଘାଟିର ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର
Comments are closed.