Latest Odisha News

BREAKING NEWS

ଭୁବନେଶ୍ୱର ଭୀମଟାଙ୍ଗି ମର୍ଡର ମିଷ୍ଟ୍ରି: ଅଭିଯୁକ୍ତର ମାଆ କଲେ ଚାଞ୍ଚଲ୍ୟକର ଖୁଲ୍ଲାସା

ଯାଜପୁର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ଭଡ଼ାଘରେ ମହିଳାଙ୍କୁ ନିର୍ମମ ହତ୍ୟା ଘଟଣାରେ ମୁହଁ ଖୋଲିଲେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ମାଆ । ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଜଗନ୍ନାଥଙ୍କ ସହ ବିବାହ ପୂର୍ବରୁ ମୃତ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କର ପ୍ରେମ ସମ୍ପର୍କ ଥିଲା । ଦୁହେଁ ଦୁହିଁଙ୍କୁ ଜାଣିଥିଲେ । ତେବେ ପ୍ରିୟଙ୍କା ବିବାହ କରିବା ପରେ ସମ୍ପର୍କ ତୁଟି ଯାଇଥିଲା ।

ଜଗନ୍ନାଥଙ୍କ ମାଆ କହିଛନ୍ତି, ତାଙ୍କ ପୁଅ ରାଣ ଖାଇଥିଲା କେବେ ପ୍ରିୟଙ୍କାଙ୍କୁ ଫୋନ୍ କରିବେନି । କିନ୍ତୁ ପୁଅ ହେବା ପରେ ପ୍ରିୟଙ୍କା ଜଗନ୍ନାଥଙ୍କୁ ଫୋନ୍ କରି କରିଥିଲା । ପୁଅ କେବେ ପ୍ରିୟଙ୍କାକୁ ପ୍ରଥମେ ଫୋନ୍ କରିନଥିଲା । ଗତ ଲକଡାଉନ୍ ପରେ ପୁଣି ଥରେ ଦୁହିଁଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ଜଗନ୍ନାଥଙ୍କ ମାଆ କହିଛନ୍ତି ।

ଗତକାଲି ସକାଳୁ ଗାଧୋଇ ମାର୍କେଟ ଯାଉଛି ବୋଲି କହି ଘରୁ ବାହାରି ଆସିଥିଲା ଜଗନ୍ନାଥ । କିନ୍ତୁ ପୁଅ ଏଭଳି କାଣ୍ଡ ଘଟାଇବ ବୋଲି କେବେ ଭାବି ନଥିଲେ ବୋଲି ତାଙ୍କ ମାଆ କହିଛନ୍ତି । ଗତକାଲି ଭୁବନେଶ୍ୱର ଡିସିପି କହିଥିଲେ, ପ୍ରତିହିଂସା ପରାୟଣ ହୋଇ ଜଗନ୍ନାଥ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ଅତି ବାଭତ୍ସ ଓ ନିର୍ମମ ଭାବରେ ହତ୍ୟା କରିଥିଲା ।

ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ କଣ ହୋଇପାରେ ପ୍ରତିଶୋଧର କାରଣ ? ଏମିତି ଦୁହିଁଙ୍କ ଭିତରେ କଣ ତିକ୍ତତା ଥିଲା ଯେଉଁଥି ପାଇଁ ସବୁ ଦିନ ପ୍ରିୟଙ୍କାଙ୍କୁ ଶେଷ କରିଦେବାକୁ ପ୍ଲାନ କରିଥିଲା ଜଗନ୍ନାଥ ?

ଅଭିଯୁକ୍ତ ଜଗନ୍ନାଥ ଏବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛି । ତାକୁ ଜେରା ପରେ ଅନେକ ରହସ୍ୟ ପଦାକୁ ଆସିବ । ଅଭିଯୁକ୍ତ ଓ ପ୍ରିୟଙ୍କାଙ୍କ ମୋବାଇଲ୍ ଫୋନରୁ ତଥ୍ୟ ବି ମିଳିପାରେ । ସେସବୁର ଯାଞ୍ଚ ପାଇଁ ଫରେନସିକ୍ ଲାବକୁ ପଠାଇବ ପୋଲିସ । ସୁଇସାଇଡ୍ ନୋଟର ଯାଞ୍ଚ ପାଇଁ ହାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ । ମର୍ଡର ମିଷ୍ଟ୍ରିର ଅଧିକ ଖୋଳତାଡ କରୁଛି ଏୟାରଫିଲ୍ମ ଥାନା ପୋଲିସ ।

Leave A Reply

Your email address will not be published.