ଜୟପୁର: ସେଲ୍ଫି ହେଲା କାଳ। ସେଲ୍ଫି ନେବା ସମୟରେ ବଜ୍ରାଘାତରେ ଚାଲିଗଲା ୧୧ ଜଣଙ୍କ ଜୀବନ। ଆମେର୍ ପ୍ୟାଲେସ ନିକଟରେ ବଜ୍ରପାତ ଯୋଗୁ ମୋଟ ୧୧ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି।
ରାଜସ୍ଥାନ ରାଜଧାନୀରେ ଜୟପୁରରେ ପ୍ରବଳ ବର୍ଷା ହେଉଥିବା ବେଳେ ଲୋକମାନେ ଏକ ୱାଚ ଟାୱାରରେ ସେଲଫି ନେବାରେ ବ୍ୟସ୍ତ ଥିଲେ।
ରିପୋର୍ଟରେ କୁହାଯାଇଛି ଯେ ବଜ୍ରପାତ ସମୟରେ ୱାଚ ଟାୱାର ଓ ଦୁର୍ଗରେ ୨୭ ଜଣ ଲୋକ ଉପସ୍ଥିତ ଥିଲେ। ଆତଙ୍କିତ ଅବସ୍ଥାରେ ଟାୱାରରୁ ଡେଇଁପଡ଼ିବା ପରେ ଅନେକ ଆହତ ହୋଇଥିଲେ।
ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୋକ ପ୍ରକାଶ କରିଛନ୍ତି। ଏହାସହିତ ସେମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଥିଲା।
ଏହାବ୍ୟତୀତ ରାଜସ୍ଥାନର କିଛି ଅଞ୍ଚଳରେ ବଜ୍ରପାତ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି।
Comments are closed.