Latest Odisha News

BREAKING NEWS

୨୦୧୯ ନିର୍ବାଚନ ଏକାକୀ ଲଢିବ ବିଜେଡି: ନବୀନ

ଭୁବନେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୧ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଶାସକ ଦଳ ବିଜେଡି ଏକାକୀ ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ମଙ୍ଗଳବାର ଦିନ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି “ବିଧାନସଭା ଓ ଲୋକସଭା ନିର୍ବାଚନ ଏକୁଟିଆ ଲଢିବୁ ବୋଲି ଆମେ ନିଷ୍ପତ୍ତି ନେଇଛୁ ଏବଂ ନିର୍ବାଚନ ଲାଗି କୌଣସି ଦଳ ସହ ଗଡବନ୍ଧନ କରିବୁ ନାହିଁ”।

ଉଲ୍ଲେଖନୀୟ ଯେ, ଆଗାମୀ ସାଧାରଣ ନିର୍ବାଚନ ଲାଗି ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି ଏବଂ ଖୁବଶୀଘ୍ର ଏନେଇ ଘୋଷଣା କରାଯିବ ବୋଲି ଗତ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ।

ବିଜେଡିର ପୋଲ୍ ପ୍ରିପାରେସନ୍ ସମ୍ବନ୍ଧରେ ପଚରାଯିବାରୁ ସେ କହିଥିଲେ, “ଏଥିଲାଗି ତାଙ୍କ ପାର୍ଟି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି । ଏହାବ୍ୟତିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳ କମାଲ୍ ଦେଖାଇବ” ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ବିଜେଡିରେ ବହୁ ସଂଖ୍ୟାରେ ସାମିଲ ହୋଇଥିବା ଅବସରପ୍ରାପ୍ତ ପ୍ରଶାସକ ଭଲ କାମ କରିବେ ବୋଲି ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.