Latest Odisha News

ପୁଲିସ-ମାଓ ମୁହାଁମୁହିଁ, ଜଣେ ମାଓବାଦୀ ମୃତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସ ମାଓ ଗୁଳିବିନିମୟ । ଏଥିରେ ଜଣେ ଯବାନ ଆହତ ହୋଇଥିବା ବେଳେ ଆଉ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଆଉ କିଛି ମାଓବାଦୀ ଆହତ ହୋଇଥିବା ଅନୁମାନ କରାଯାଉଛି । ବିଜାପୁର ଜିଲ୍ଲା ଉସୁର ଥାନା ଅନ୍ତର୍ଗତ ଗୋଲାପାଲ୍ଲି ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫ ବାହିନୀର ଯବାନ ମାନେ ମିଳିତ ଭାବେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ ।

ଯବାନଙ୍କୁ ଦେଖି ମାଓବାଦୀ ମାନେ ଗୁଳିଚାଳନା କରିବାରୁ ଯବାନ ମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ବିଜାପୁର କୁ ଆଣିବା ଲାଗି ଏକ ରେସକ୍ୟୁ ଟିମ ସହ ଡ଼ିଆରଜିର ଅନ୍ୟ ଏକ ପ୍ଲାଟୁନକୁ ମଧ୍ୟ ଘଟଣା ସ୍ଥଳକୁ ପଠାଯାଇଛି ।

Leave A Reply

Your email address will not be published.