Latest Odisha News

BREAKING NEWS

ବୁର୍ଲା ଭିମସାରରେ ସୁରକ୍ଷାକର୍ମୀଙ୍କ ଦାଦାଗିରି, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆକ୍ରମଣ

ବୁର୍ଲା : ବୁର୍ଲା ଭିମସାରରେ ପୁଣି ଉତ୍ତେଜନା । ଭିମସାରରେ ନିୟୋଜିତ ବେସରକାରୀ ସୁରକ୍ଷାକର୍ମୀ ଓ ଭିମସାର ନିକଟରେ ଥିବା ମା ତାରିଣୀ ବେସରକାରୀ ଆମ୍ବୁଲାନ୍ସ ଚାଳକ ସଂଘ ମୁହାଁମୁହିଁ ହୋଇଛନ୍ତି । ଭିମସାରର ସୁରକ୍ଷାକର୍ମୀମାନେ ବେସରକାରୀ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଗୋଡାଇ ଗୋଡାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଭିମସାରରେ ଦୀର୍ଘ ବର୍ଷ ହେଲା ଏହି ଆମ୍ବୁଲାନ୍ସ ସଂଘ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଆସୁଛି । ହେଲେ ଏଠାକାର ସୁରକ୍ଷାକର୍ମୀ ଓ ସୁପରଭାଇଜରମାନେ ଏହି ଡ୍ରାଇଭରମାନଙ୍କୁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ହୋଇଛି । ସୁରକ୍ଷାକର୍ମୀ ଟଙ୍କା ମାଗିବା ଘଟଣାକୁ ନେଇ ଆଜି ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଆମ୍ବୁଲାନ୍ସ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Leave A Reply

Your email address will not be published.