Latest Odisha News

BREAKING NEWS

ପଜିଟିଭ୍ ହାର ଓ କୋଭିଡ ଗାଇଡଲାଇନକୁ ଦେଖି ଅନଲକ୍ ସମ୍ପର୍କରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ସଂକ୍ରମଣ । ମାମଲା ହ୍ରାସ ପାଉଥିବା ବେଳେ, ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ତେବେ ଗତ କିଛି ଦିନର ସ୍ଥିତିକୁ ଯଦି ନଜର ପକାଇବା, ତାହେଲେ ରାଜ୍ୟରେ କମୁଛି ସଂକ୍ରମଣ । ଯେଉଁ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି, ସେସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସେହିପରି ସଂକ୍ରମଣକୁ ନଜରରେ ରଖି ଅନଲକ୍ ସମ୍ପର୍କରେ ନିଆଯିବ ନିଷ୍ପତ୍ତି । ସ୍ଥିତିରେ ସୁଧାର ଆସୁଥିବା ବେଳେ, ଲୋକେ କୋଭିଡ ଗାଇଡଲାଇନର ଉଲ୍ଲଂଘନ ନକରିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ସେହିପରି ଯେଉଁମାନେ ରାଜ୍ୟ ବାହାରୁ ଆସୁଛନ୍ତି ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବା ଦରକାର । ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ବିପଦ ସୃଷ୍ଟି କରିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ସେପଟେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ସାମଗ୍ରିକ ଭାବେ ସଂକ୍ରମଣ କମିଛି । କେସ ଲୋଡ୍‌, ପିଜିଟିଭ ହାର, ଲୋକଙ୍କ କୋଭିଡ ଗାଇଡ୍‌ଲାଇନ ଅନୁପାଳନକୁ ଦେଖି ଅନଲକ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେ । ନିୟମ କୋହଳ ହେଲେ ବି ଲୋକ ନିଜ ଦାୟିତ୍ୱ ଭୁଲନ୍ତୁ ନାହିଁ । ନଚେତ୍ ପୁଣି ଥରେ ସଂକ୍ରମଣ ବଢ଼ିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.