Latest Odisha News

BREAKING NEWS

ରାସ୍ତାକଡ଼ରେ ଠିଆ ହୋଇଥିବା ବେଳେ ମାଡ଼ିଗଲା ଟ୍ରକ୍, ଜଣେ ମୃତ ଓ ୨ ଆହତ

ଭବାନୀପାଟଣା: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ମୃତ୍ୟୁର ବାହକ ହୋଇ ଆସିଲା ଦ୍ରୁତଗାମୀ ଟ୍ରକ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛି । କଳାହାଣ୍ଡି ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ୱର ଜାତୀୟ ରାଜପଥର କୋକସରା କେନାଲ ବ୍ରିଜ୍ ଉପରେ ଆଜି ସକାଳୁ ସକାଳୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ରାସ୍ତା କଡ଼ରେ ବାଇକ୍ ଉପରେ ବସିଥିବା ଯୁବକଙ୍କୁ ଟ୍ରକଟି ଧକ୍କା ଦେବା ସହ କିଛି ବାଟ ଘୋଷାରି ନେଇଥିଲା । ମୃତକ ହେଲେ ଟିକିଲି ଗାଁର ଯୁଗେ ବେମାଲ । ଏହି ଦୁର୍ଘଟଣାରେ ପାଖରେ ଥିବା ଜଣେ ମହିଳା ଓ ଅନ୍ୟ ଜଣେ ଯୁବକଙ୍କୁ ବି ଧକ୍କା ଦେଇଥିଲା ଟ୍ରକ । ଆହତ ଦୁଇ ଜଣଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ ଯୁବକ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ମୃତଦେହକୁ ଟ୍ରକ ଚକା ତଳକୁ ବାହାର କରିଛନ୍ତି । ଏହି ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ବି ଦେଖାଦେଇଛି । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକ ।

Leave A Reply

Your email address will not be published.