Latest Odisha News

କୋଭିଡ ଟିକାର ଭୁଲ ତଥ୍ୟ ବିସ୍ତାର ପାଇଁ ବ୍ୟବହାର ହେଉଛି ‘ଟିକ୍‌ଟକ୍‌’; ରିପୋର୍ଟ

ନୂଆଦିଲ୍ଲୀ: ଅନେକ ବାଦବିବାଦ ପରେ ଟିକ୍‌ଟକ୍‌କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟ ଜଣେ ବ୍ୟକ୍ତିଙ୍କ ଅଭିଓକୁ ନିଜ ଭିଡିଓରେ ଯୋଡି କୋଭିଡ୍‌-୧୯ ଟିକା ବିଷୟରେ ବିଭ୍ରାନ୍ତିକର ଏବଂ କ୍ଷତିକାରକ ସୂଚନା ଦେବାକୁ ପ୍ରୋତ୍ସାହିତ କରିବା ନେଇ ଟିକ୍‌ଟକ୍‌ ଉପରେ ଅଭିଯୋଗ ଆସିଛି। ଏ ନେଇ ଥିଙ୍କ ଟ୍ୟାଙ୍କ ପକ୍ଷରୁ ଏକ ନୂଆ ରିପୋର୍ଟ ପ୍ରକାଶ ପାଇଛି।

ଲଣ୍ଡନ ସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ଷ୍ଟ୍ରାଟେଜିକ୍ ଡାଏଲଗ୍ ୧୨୪ଟି ଭିଡିଓ ବିଶ୍ଳେଷଣ କରିଛି ଯେଉଁଥିରେ ଚାରୋଟି ମୂଳ ଟିକଟକ୍ ଭିଡିଓ ବ୍ୟବହାର କରାଯାଇଥିଲା। ସେଥିମଧ୍ୟରୁ ଦୁଇଟିରେ କୋଭିଡ୍‌ ଟିକା ସମ୍ବନ୍ଧୀୟ ଭୁଲ ସୂଚନା ଦିଆଯାଇଥିବାରୁ କମ୍ପାନୀ ଦ୍ବାରା ଏହାକୁ ହଟାଇ ଦିଆଯାଇଥିଲା। ଏହି ଭୁଲ ତଥ୍ୟ ଟିକା ଦେବା ଏବଂ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ଭୟ ସୃଷ୍ଟି କରିଥିଲା। ୧୨୪ ଟି ଭିଡିଓରେ ୨୦ ମିଲିୟନରୁ ଅଧିକ ଭ୍ୟୁ ଥିଲା।

Leave A Reply

Your email address will not be published.