Latest Odisha News

BREAKING NEWS

ବ୍ରିଟେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହେଲା ଓଡ଼ିଶାର ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଡରନ୍ୟାସନାଲ୍ ସ୍କୁଲର ଆଉ ଏକ ବଡ଼ ଉପଲବ୍ଧି । ବ୍ରିଡେନର କେମ୍ବ୍ରିଜ ଆସେସମେଣ୍ଟ ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ ସହ ଅନୁବନ୍ଧିତ ହୋଇଛି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ବିଶ୍ୱର ଅଗ୍ରଣୀ କେମ୍ବ୍ରିଜ ପ୍ରୋଗ୍ରାମ ଦେଇପାରିବେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ । ଇଣ୍ଟରନ୍ୟାସନାଲ୍ ଜେନେରାଲ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (IGCSE) ଏବଂ AS ଓ Aସ୍ତର ପାଇଁ ଅନୁବନ୍ଧିତ ହୋଇଛି ।

ପ୍ରାଇମେରୀ ସ୍ତରରେ ସମ୍ପୂର୍ଣ୍ଣ ଭାବବେ IGCSE ପାଠ୍ୟକ୍ରମକୁ ଅନୁସରଣ କରାଯିବ । ଚତୁର୍ଥ କିମ୍ବା ତାଠୁ ଉପକ କ୍ଲାସ ଛାତ୍ରଛାତ୍ରୀ IGCSE ସିଲାବସ୍ କିମ୍ବା CBSE ସିଲାବସ୍ ଚୟନ କରିପାରିବେ । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସହ ବି ଅନୁବନ୍ଧିତ ଅଛି ।

ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ IGCSE କ୍ଲାସ ପାଇଁ ସ୍ୱତନ୍ତ୍ର ଭାବରେ ନୂଆ ବ୍ଲକ୍ ସ୍ଥାପନ କରିବ । ଯେଉଁଠାରେ ମ୍ୟୁଜିକ୍ ଲ୍ୟାବ୍, ସାଇନ୍ସ ଲ୍ୟାବ୍, ରୋବୋଟିକ୍ସ ଲ୍ୟାବ୍, ଇନୋଭେସନ୍ ଲ୍ୟାବ୍, କମ୍ପ୍ୟୁଟର ଲ୍ୟାବ୍, ଲାଙ୍ଗୁଏଜ୍ ଲ୍ୟାବ୍, ଆର୍ଟ ଲ୍ୟାବ୍, ମଲ୍ଟି ଆକ୍ଟିଭିଟି ରୁମ୍, ଆଉଟଡୋର ​​ସାଇନ୍ସ ପାର୍କ, ଆଉଟଡୋର ​​ସାଇନ୍ସ ଲ୍ୟାବ ଓ ଉନ୍ନତ ଶିକ୍ଷା ନିଶ୍ଚିତ କରିବାକୁ ସମସ୍ତ ସୁବିଧା ରହିବ । ଏଥିସହ ଆଉଟ୍ ଡୋର ସାଇନ୍ସ ପାର୍କ, କ୍ରୀଡ଼ା ଅଞ୍ଚଳ ମନୋରଞ୍ଜନ କ୍ଷେତ୍ର ଓ କାଫେଟେରିଆ ରହିବ ।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ କେମ୍ବ୍ରିଜ୍ କାର୍ଯ୍ୟକ୍ରମ ୩ରୁ ୫ ବର୍ଷ ବୟସ (ନର୍ସରୀରୁ କେଜି ଓଓ) ପାଇଁ ଏବର୍ଷ ଆରମ୍ଭ ହେବ । ତା’ପରେ ୬ରୁ ୧୦ ବର୍ଷ (ପ୍ରଥମରୁ ପଞ୍ଚମ ଶ୍ରେଣୀ) ପିଲାଙ୍କ କ୍ଲାସ୍ | ଏହା ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଜ୍ଞାନଗତ ଦକ୍ଷତାକୁ ପୂର୍ଣ୍ଣ ଭାବରେ ବିକାଶ କରିବାରେ ସହାୟକ ହେବ ।

ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ୍ ଗ୍ରୁପ୍ ସହ-ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଡକଟର ଶିଳ୍ପୀ ସାହୁ କହିଛନ୍ତି, “ଯେମିତି ଆମେ ପିଲାମାନଙ୍କୁ ପରିବର୍ତ୍ତନଶୀଳ ଦୁନିଆରେ ଆସନ୍ତାକାଲିର ନାଗରିକ ଭାବରେ ଗଢ଼ି ତୋଳିବାକୁ ପ୍ରସ୍ତୁତ କରୁଛନ୍ତି, ସେଭଳି ନୂତନ କେମ୍ବ୍ରିଜ୍ କାର୍ଯ୍ୟକ୍ରମ ଆନ୍ତର୍ଜାତୀୟ ବୁଝାମଣା ସହ ଛାତ୍ରଛାତ୍ରୀଙ୍କୁ ଆନ୍ତଃସାଂସ୍କୃତିକ ଆଚରଣକୁ ବୃଦ୍ଧି କରିବାରେ ସହାୟକ ହେବ ।

Comments are closed.