Latest Odisha News

BREAKING NEWS

ଆତ୍ମସମର୍ପଣ କଲେ ବୋଲି ମାରିଦେଲେ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସାଥିଙ୍କୁ ମୃତ୍ୟୁଦଣ୍ଡ ଦେଲା ଲାଲବାହିନୀ । ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଘରୁ ଅପହରଣ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଜିଲ୍ଲାରେ ଘଟିଛି ଏହି ଘଟଣା । ମୃତକ ହେଲେ ଗାଙ୍ଗାଲୁର ଗାଁର ରାଜୁ ବେଞ୍ଜାମ । ସେ ନଅ ବର୍ଷ ଧରି ମାଓ ସଂଗଠନମ ସହ ଜଡ଼ିତ ଥିଲେ ।

ଛତିଶଗଡ଼ ଓ ତେଲେଙ୍ଗାନାରେ ଅନେକ ହିଂସାକାଣ୍ଡରେ ସଂପୃକ୍ତ ଥିଲେ ରାଜୁ ବେଞ୍ଜାମ୍ । ଶେଷରେ ନିଜ ପରିବାର କଥା ଚିନ୍ତା କରିବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।

ଗାଁରେ ପରିବାର ସହ ଚାଷବାସ କରୁଥିଲେ । ଗତକାଲି ରାତିରେ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଘରୁ ତାଙ୍କୁ ଅପହରଣ କରି ନେଇଥିଲେ । ଆଜି ସକାଳେ ହତ୍ୟା କରି ବିଜାପୁର ଗାଙ୍ଗାଲୁର ରାସ୍ତାରେ ଫିଙ୍ଗି ଦେଇଥିଲେ ମୃତଦେହ ।

Leave A Reply

Your email address will not be published.