ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅପରପକ୍ଷରେ ରୋଇଂର ଲାଇଟ ୱେଟ ଡବଲ୍ସ ସ୍କଲ୍ସରେ ଭାରତୀୟ ଯୋଡି ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ।
ରୋଇଂ: ଭାରତର ଅର୍ଜୁନ ଲାଲ ଓ ଅରବିନ୍ଦ ସିଂ ଯୋଡି ରୋଇଂ ପୁରୁଷ ଲାଇଟ ୱେଟ ଡବଲ୍ସ ସ୍କଲ୍ସ ଇଭେଂଟର ସେମିଫାଇନାଲରେ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛନ୍ତି । ରେପଚେଜ ରେସରେ ସେମାନେ ଭଲ ପ୍ରଦର୍ଶନ କରି ସୁଯୋଗର ଫାଇଦା ଉଠାଇଥିଲେ ।
ଶୁଟିଂ: ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ଭାରତର ମନୁ ଭାକର ଓ ଯଶସ୍ୱିନୀ ଦେସୱାଲ ଫାଇନାଲକୁ କ୍ୱାଲିଫାଇ କରିପାରି ନାହାନ୍ତି । ମନୁ ୫୭୫ ପଂଏଟ ସହ ୧୨ ଓ ଯଶସ୍ୱିନୀ ୫୭୩ ସହ ୧୩ତମ ସ୍ଥାନରେ ରହିଛନ୍ତି । ୧୦ ମିଟର ଏୟାର ରାଇଫଲରେ ଦୀପକ କୁମାର ଓ ଦିବ୍ୟାଂଶ ସିଂ ଫାଇନାଲକୁ ଉନ୍ନୀତ ହୋଇପାରି ନାହାନ୍ତି । ଦୀପକ ୨୬ ଓ ଦିବ୍ୟାଂଶ ୩୨ତମ ସ୍ଥାନରେ ରହିଥିଲେ ।
ଟେନିସ: ଭାରତର ସାନିଆ ମିର୍ଜା ଓ ଅଙ୍କିତା ରୈନା ଟେନିସ ମହିଳା ଡବଲ୍ସରେ ପରାଜିତ ହୋଇଛନ୍ତି । ୟୁକ୍ରେନର ନାଦିୟା କିଚନକ ଓ ଲିୟୁଡମ୍ୟାଲ କିଚନକ ୦-୬, ୭-୬, ୧୦-୮ରେ ଭାରତୀୟ ଯୋଡିଙ୍କୁ ପରାସ୍ତ କରିଥିଲେ ।
BREAKING NEWS
- ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା
- ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା, କଡା ଜବାବ ଦେଲା ବିଜେପି
- ସାଧାରଣ ନିର୍ବାଚନ ୨୦୨୪: ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ
- ମମତାଙ୍କ ଦଳ ଖରାପ? ଅଧୀର ରଞ୍ଜନ କହିଲେ ଟିଏମସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଦେବା ଭଲ
- ଟି୨୦ ବିଶ୍ୱକପ: ଏବେ ବି ରିଙ୍କୁ, ରାହୁଲ, ରିତୁରାଜଙ୍କ ନିକଟରେ ରହିଛି ସୁଯୋଗ
- ଥାନା ପରିସରରେ ପଡ଼ି ରହିଥିବା ଶହ ଶହ ଗାଡିର ହେଲା ନିଲାମ
- କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଦୁଲାଲ, ବଦଳିଯିବ କଂଗ୍ରେସର ଗଣିତ?
- ନବୀନଙ୍କ ଗଡ଼ରେ ମୋଦୀ କରିବେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର, କ’ଣ ରହିଛି ନିର୍ବାଚନ ଗଣିତ?
- ବିଜେପିକୁ ଶକ୍ତ ଝଟକା: ବିଜେଡିରେ ମିଶିଲେ ଅମୀୟ ଦାଶ
- ବାପାର କଟୁରୀ ଚୋଟରେ ପୁଅର ମୃତ୍ୟୁ, ବାପ ଗୁରୁତର