Latest Odisha News

BREAKING NEWS

କେମିତି ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର ହେଲା ହାଇଦର ?

ଭୁବନେଶ୍ୱର: ରିକ୍ସାବାଲାରୁ ଗ୍ୟାଙ୍ଗଷ୍ଟର । ହାଇଦରର କଳା ସାମ୍ରାଜ୍ୟର ତାଲିକା ଢେର ଲମ୍ବା । ଯେତିକି ଚାଞ୍ଚଲ୍ୟକର ସେତିକି ରହସ୍ୟମୟ । ଆଗରୁ ଦୁଇ ଦୁଇ ଥର ଗୁଳି ଖାଇ ବଞ୍ଚି ଯାଇଥିବା ହାଇଦର ଏଥର ଏନକାଉଣ୍ଟରରେ ନିହତ ହୋଇଛି । ୩୦ ବର୍ଷ ଧରି ଅପରାଧିକ ଦୁନିଆରେ ଜଡ଼ିତ ଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ରଣପଡ଼ାରେ ସାଧାରଣ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲା ହାଇଦର । ୫ ଭାଇ ଭଉଣୀରେ ଘରର ସେ ଥିଲା ବଡ଼ ପୁଅ ।

୧୯୭୫ ମସିହା ବେଳକୁ ରିକ୍ସା ଚଳାଉଥିଲା ସେକ୍ ହାଇଦର । ୧୯୮୦ ମସିହା ବେଳକୁ କେନ୍ଦ୍ରାପଡାରୁ ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଟ୍ରଲିରେ କଟକ ଆଣୁଥିଲା । ରିକ୍ସା ଚାଳକୁ ସେ ଟ୍ରେକର ଓ ଟ୍ରକ ଡ୍ରାଇଭିଂ ଶିଖିଥିଲା ହାଇଦର । ତାପରେ ଧିରେ ଧିରେ ଅପରାଧ ଦୁନିଆରେ ଏଣ୍ଟ୍ରି ମାରିଥିଲା ।

୧୯୮୦ ମସିହା ପରେ ତା ନାଁରେ ବାଜିଥିଲା ଗ୍ୟାଙ୍ଗଷ୍ଟର ମୋହର । କେନ୍ଦ୍ରାପଡ଼ାରେ ସୁଲେମାନ୍, ଟିଟୋ ଓ ହାଇଦର ମିଶି ଅପରାଧ ଗ୍ୟାଙ୍ଗ ଗଢ଼ିଥିଲେ । ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ, ହଣାକଟା, ଅପହରଣ ଭଳି କାମରେ ଲିପ୍ତ ରହୁଥିଲେ ।
odisha-police-in-alert-mode-to-arrest-gangster-hyder
ପାରାଦୀପର ଜଣେ ଠିକାଦାରଠାରୁ ଆଦାୟ ବଟି ଟଙ୍କା ଭାଗବଣ୍ଟାକୁ ନେଇ ଝଗଡା ପରେ ଅଲଗା ଅଲଗା ଗ୍ୟାଙ୍ଗ ଗଢ଼ିଥିଲେ ସୁଲେମାନ ଓ ହାଇଦର । ୨୦୦୫ ମସିହା ମେ ୩୧ ତାରିଖରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ଆଗରେ ସୁଲେମାନର ଭାଇ ଚୁନାକୁ ହତ୍ୟା କରିଥିଲା ହାଇଦର । ଏହାପରେ କଟକରୁ କେନ୍ଦ୍ରାପଡ଼ା, ସମ୍ୱଲପୁର ଦେଇ ରାଜ୍ୟ ବାହାରକୁ ଖସି ଯାଇଥିଲା । ପରେ ନାଗପୁରରୁ ଧରା ପଡ଼ିଥିଲା ହାଇଦର । ସେକ ଚୁନା ହତ୍ୟା ମାମଲାରେ ହାଇଦରକୁ ଆଜୀବନ ଜେଲ ହୋଇଥିଲା ।

ଜେଲରେ ଥାଇ ବି ଅପରାଧ ଘଟାଉଥିଲା ହାଇଦର । ୨୦୦୭ରେ ବହୁ ଚର୍ଚ୍ଚିତ ଖଣି ମାଲିକ ରଶ୍ମିରଜଂନ ମହାପାତ୍ର ଅପହରଣ ଓ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହେଉଛି ହାଇଦର୍ । ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ୱର ସହିଦନଗର ଅଞ୍ଚଳରୁ ଅପହରଣ କରାଯାଇଥିଲା ।
Gangster Hyder Tested Positive For Covid-19ମୁଣ୍ତ ଜାମିନ ରଖି ପରିବାର ଲୋକଙ୍କୁ ମାଗିଥିଲେ ୨ କୋଟି ଟଙ୍କା । ପରିବାର ଲୋକ ୧ କୋଟି ୧୨ ଲକ୍ଷ ଟଙ୍କା ଦେବା ପରେ ବି ତାଙ୍କୁ ହତ୍ୟା କରାଯାଇଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ରଶ୍ମୀରଞ୍ଜନଙ୍କ ଶବକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ । ଏହି ମାମଲାରେ ବି ତାକୁ ମିଳିଥିଲା ଆଜୀବନ ଜେଲ୍ ଦଣ୍ଡ ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଇଦର ନାଁରେ ରହିଛି ୪୦ରୁ ଅଧିକ ଅପରାଧିକ ମାମଲା । ସେ ନିଜେ ଅପରାଧ ଦୁନିଆରେ କାୟା ବିସ୍ତାର କରିଥିବା ବେଳେ ତିନି ପୁଅଙ୍କୁ ବି ଏହି ଧନ୍ଦାରେ ମିଶାଇଥିଲା । ବଡ଼ ପୁଅ ସେକ୍ ମୁନା ୧୨ ବର୍ଷ ହେବ ଜେଲ ସଜା କାଟୁଛି । ଆଉ ଦୁଇ ପୁଅ ପୋଲିସ ରେକର୍ଡରେ ଜଣେ ଜଣେ ପଳାତକ ।

Leave A Reply

Your email address will not be published.