ନୂଆଦିଲ୍ଲୀ: ମୋବାଇଲ ଧିରେ ଧିରେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାରେ ଲାଗିଛି । ଜେଡଡିନେଟ ନ୍ୟୁଜ ୱେବସାଇଟର ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ସର୍ବାଧିକ ମୋବାଇଲ ବ୍ୟବହାରକାରୀ ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତୀୟମାନେ ପ୍ରତ୍ୟେକ ଦିନ ଅତି କମରେ ୪ ଘଂଟ. ୯ ମିନିଟ ମୋବାଇଲରେ ସମୟ କାଟୁଛନ୍ତି । ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହିଛି ବ୍ରାଜିଲ । ସେମାନେ ଦିନକୁ ୫ ଘଂଟାରୁ ଅଧିକ ମୋବାଇଲ ବ୍ୟବହାର କରୁଛନ୍ତି । ଇଣ୍ଡୋନେସିଆ (୫.୩ ଘଂଟା) ଦ୍ୱିତୀୟ ସ୍ଥାନରେ ରହିଛି ।
୪ର୍ଥରୁ ୧୦ମ ସ୍ଥାନ ମଧ୍ୟରେ ଦକ୍ଷିଣ କୋରିଆ (୪.୮ ଘଂଟା), ମେକ୍ସିକୋ (୪.୭), ତୁର୍କୀ (୪.୫), ଜାପାନ (୪.୪), କାନାଡା (୪.୧), ଆମେରିକା (୩.୯ ) ଓ ଇଂଲଣ୍ଡ (୩.୮) ରହିଛନ୍ତି ।
Comments are closed.