Latest Odisha News

BREAKING NEWS

କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ

କଟକ : କଟକ ରେଳ ଷ୍ଟେସନର ହେବ ଆଧୁନିକୀକରଣ । ଯାତ୍ରୀଙ୍କୁ ମିଳିବ ସ୍ବତନ୍ତ୍ର ସୁବିଧା ସୁଯୋଗ । ଆଜି କଟକ ରେଳ ଷ୍ଟେସନକୁ ଖୋର୍ଦ୍ଧା ଡିଆରଏମ୍ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ।

ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ନୂଆ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ନିର୍ଦ୍ଦେଶକ୍ରମେ କଟକ ରେଳ ଷ୍ଟେସନର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଡିଆରଏମ୍ । ଏହାସହ ରେଳ ଷ୍ଟେସନର ଗୁଡ୍ସ ସେଡ ସହ ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । ଏନେଇ ଏକ ବିସ୍ତୃତ ରିପୋର୍ଟ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦିଆଯିବ । ଏହା ପରେ ଷ୍ଟେସନର ବିଭିନ୍ନ ନୂତନ ପ୍ରକଳ୍ପ କାର୍ଯ୍ୟର ଆରମ୍ଭ ହେବା ସହ ସ୍ବତନ୍ତ୍ର ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଡିଆରଏମ୍ ।

ଯାତ୍ରୀଙ୍କ ସୁବିଧା ପାଇଁ ତୃତୀୟ ଫୁଟ୍ ଓଭର ବ୍ରିଜକୁ ୬ ମିଟର ଓସାର ବିଶିଷ୍ଟ କରଯିବ । ଯାହାକି ସମସ୍ତ ପ୍ଲାଟ୍ ଫର୍ମକୁ ସଂଯୋଗ କରିବ । ଏହି ଫୁଟ ଓଭର ବ୍ରିଜରେ ଲିଫ୍ଟ ବ୍ୟବସ୍ଥା ମଧ୍ୟ କରାଯିବ । ଏହାସହ ୧ ନମ୍ବର ପ୍ଲାଟଫର୍ମରେ ୨ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଏକ୍ସାଲେଟର କାର୍ଯ୍ୟକ୍ଷମ ହେବ । ସେହିପରି ଦିବ୍ୟାଙ୍ଗ ଯାତ୍ରୀ ପାଇଁ ଉତ୍ତମ ବ୍ୟବସ୍ଥା କରାଯିବ ।

Leave A Reply

Your email address will not be published.