Latest Odisha News

BREAKING NEWS

ସ୍ୱାମୀଙ୍କ ପାଇଁ ଟେନସନରେ ଶିଳ୍ପା ସେଟ୍ଟୀ, ପୁଣି ଘାଣ୍ଟିବ କ୍ରାଇମବ୍ରାଞ୍ଚ !

ମୁମ୍ୱାଇ: ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଟେନସନରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ହେବେନି ବା କେମିତି ? ସ୍ୱାମୀ ସାଂଘାତିକ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଜେଲରେ ଅଛନ୍ତି । ଏପଟେ ତାଙ୍କୁ ପୁଣି ଥରେ ଜେରା କରିପାରେ ମୁମ୍ୱାଇ କ୍ରାଇମବ୍ରାଞ୍ଚ । କିଛି ଦିନ ତଳେ ଘଣ୍ଟାଘଣ୍ଟା ଘାଣ୍ଟିଥିଲା । ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଫିଲ୍ମ କାରବାର ବିଷୟରେ କଣ ଜାଣିଛନ୍ତି ଜେରା ହୋଇଥିଲା ।

କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ପୁରା ରାଜ ଜାଣିବାକୁ ଚାହିଁଛି ମୁମ୍ୱଇ କ୍ରାଇମବ୍ରାଞ୍ଚ । ଅଶ୍ଳୀଳ ଫିଲ୍ମର ଖିଅ ଖୋଜାଯିବା ସହ ତଥ୍ୟ ପ୍ରମାଣ ଯୋଗାଡ଼ ଚାଲିଛି । ଏବେ କ୍ରାଇମବ୍ରାଞ୍ଚ ଶିଳ୍ପା ସେଟ୍ଟୀଙ୍କ ମୋବାଇଲ୍ ଫୋନର କ୍ଲୋନିଂ କରିବାକୁ ଯୋଜନା କରିଛି ।

ସେ ସ୍ୱାମୀଙ୍କ କଳା କାରନାମା ବାବଦରେ କିଛି ଜାଣିଥିଲେ କି ନାହିଁ ସେଦିଗରେ ତଦନ୍ତ ବି ଜାରି ରହିଛି । ଗତ ଶୁକ୍ରବାର ଦିନ ପଚରାଉଚରା ପରେ ଶିଳ୍ପୀ କହିଥିଲେ ସେ ଏବାବଦରେ କିଛି ଜାଣି ନଥିଲେ । ରାଜଙ୍କୁ କ୍ଲିନଚିଟ୍ ଦେଇଥିଲେ ଶିଳ୍ପା ।
ସେପଟେ ରାଜ କୁନ୍ଦ୍ରାଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସଂଗ୍ରହ କରାଯାଉଛି । କୁହାଯାଉଛି, ଆପ ଜରିଆରେ ଅଶ୍ଳୀଳ ଫିଲ୍ମ ରିଲିଜ କର ଯେଉଁ ଟଙ୍କା ମିଳୁଥିଲା ତାହା ଗଳାବାଟ ଦେଇ ରାଜଙ୍କ ପାଖରେ ପହଞ୍ଚୁଥିଲା । ସିଧା ତାଙ୍କ ଆକାଉଣ୍ଟକୁ ଆସୁନଥିଲା । ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ଜଏଣ୍ଟ ଆକାଉଣ୍ଟ ଉପରେ ଏବେ ପୋଲିସର ଆଖି ।

ମୁମ୍ୱାଇ କ୍ରାଇମବ୍ରାଞ୍ଚକୁ ସୁରାକ ମିଳିଛି ଦୁହିଁଙ୍କର ଜଏଣ୍ଟ ଆକାଉଣ୍ଟକୁ ଅଲଗା ଅଲଗା ରୁଟରେ ବହୁ ସମୟରେ ବିଦେଶକୁ ଟଙ୍କା ଟ୍ରାନ୍ସଫର ହୋଇଛି । ଆଫ୍ରିକା ଓ ଲଣ୍ଡନରୁ ଟଙ୍କା ଆସିଛି । ଏପରିକି ଏବାବଦରେ ଇନକମ୍ ଟ୍ୟାକ୍ସକୁ ତଥ୍ୟ ଦେଇ ନାହାନ୍ତି ସେଲିବ୍ରିଟି କପୁଲ୍ । ରାଜ କୁନ୍ଦ୍ରାଙ୍କ କର୍ମଚାରୀଙ୍କ ମୁହଁରୁ କ୍ରାଇମବ୍ରାଞ୍ଚ ସତ ବାହାର କରିଛି ।

ଅଶ୍ଳୀଳ ଫିଲ୍ମରୁ କମାଇଥିବା କୋଟି କୋଟି ଟଙ୍କା ପ୍ରଥମେ ଲଣ୍ଡନ ଯାଉଥିଲା । ସେଠାରୁ ଅଲଗା ରୁଟରେ କୁନ୍ଦ୍ରାଙ୍କ ପାଖକୁ ଆସୁଥିଲା ଟଙ୍କା । ଗତ ୨୦ ତାରିଖରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା ମୁମ୍ୱାଇ ପୋଲିସ । ଏବେ ସେ ବିଚାରବିଭାଗୀୟ ହାଜତରେ ଅଛନ୍ତି ।

Leave A Reply

Your email address will not be published.