Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ବୀର କିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ

ସମ୍ମାନୀୟ ସ୍ବର୍ଗତଃ ବୀର କିଶୋର ରାୟ ଓଡ଼ିଶା ମୁଖ୍ୟ ବିଚାରଳୟର ପ୍ରଥମ ମୁଖ୍ୟ ବିଚାରପତି ଅଟନ୍ତି । ସେ ଅନୁଷ୍ଠାନର ଜନକ କହିଲେ ଅତ୍ୟୁକ୍ତି ହେବ ନାହିଁ । ନୟାଗଡ଼ର ପ୍ରତିଷ୍ଠିତ ରାଜ ପରିବାରରେ ତା୨୧.୧୦.୧୮୯୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଅଭିଭକ୍ତ ବଙ୍ଗର ଏହି ଯୋଗ୍ୟ ସନ୍ତାନ ଯେତେବେଳେ ଓଡ଼ିଶାର ପରିଚୟ ସଙ୍କଟରେ ଥିଲା ସେତେବେଳେ ସେ ନ୍ୟାୟିକ ସଂସ୍ଥାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

ରେଭେନ୍ସା କଲୋଜରୁ ସ୍ନାତକ ପରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ୍‌ରେ ଡିଗ୍ରୀ ହାସଲା କରିଥିଲେ । ଶ୍ରୀଯୁକ୍ତ ପ୍ରଥମ ମୁଟ କୋର୍ଟ ପୁରସ୍କାର ବିତରଣ ଉତ୍ସବରେ ମାନ୍ୟବର ଆଶୁତୋଷ ମୁଖାର୍ଜୀ ସାର ସ୍ୱର୍ଗତ  କିଶୋରଙ୍କ ପ୍ରତିଭାର ଉତ୍ସର୍ଗୀତ ପ୍ରଶଂସା କରିବା ସହ କହିଥିଲେ ଦିନେନା ଦିନେ ଏ ପ୍ରତିଭା ନ୍ୟାୟିକ ସଂସ୍ଥାର ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ଦେଶ ଓ ଦଶର କଲ୍ୟାଣ ସାଧନ କରିବ ।

ସତକୁ ସତ ଏହାର ଠିକ୍ ୧୫ ବର୍ଷ ପରେ , ସେହିଦିନର ଏହି ମେଧାବୀ ଛାତ୍ର ପ୍ରଥମ ଆଡ଼ଭୋକେଟ୍ ଜେନେରାଲ ଭାବେ ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲେ । ସେ ମଧ୍ୟ ୧୯୪୩ ମସିହାରେ ପାରଳାଖେମୁଣ୍ଡି ମନ୍ତ୍ରିମଣ୍ଡଳ ଦ୍ୱାରା ଓଡ଼ିଶା କୋର୍ଟ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ହୋଇଥିଲେ । ଏଥିଶହ ସେ ରାଜନୀତି , ସମାସେବା ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ରୁଚି ରଖୁଥିଲେ ଓ ତାଙ୍କର ସରଳ ମଧୁର ବ୍ୟବହାର ତାଙ୍କୁ ସର୍ବାଦୃଢ଼ କରିଥିଲା । ପାରଳାଖେମୁଣ୍ଡି ମହାରାଜାଙ୍କ ଦ୍ୱାରା ଗଠିତ ଜର୍ଣ୍ଣାଲିଷ୍ଟ ପାର୍ଟିର ସେ ଜଣେ ଆଗଧାଡିର ସଦସ୍ୟ ଥିଲେ ଓ ୧୯୩୬ ମସିହାରେ ଲୋକସଭା ସଦସ୍ୟ ପାଇଁ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ସେ ଉତ୍କଳ ସାହିତ୍ୟ ସମାଜ, ଓଡ଼ିଶା ପ୍ରାଥମିକ ସାହିତ ସଂସଦର ସଭାପତି ଥିଲେ ।

୫୪ ବର୍ଷ ବୟସରେ ତା ୨୩.୦୭.୧୯୪୫ ରିଖରେ ସେ ପାଟନା ଉଚ୍ଚ ନ୍ୟାୟାଳୟରେ ପ୍ରଥମ ଓଡ଼ିଆ ବିଚାରପତି ରୂପେ ନିଯୁକ୍ତି ପାଇଥିଲେ । ତାଙ୍କ ମତରେ ଜଣେ ବିଚାରପତି ଦକ୍ଷ, ନିର୍ଭୀକ, ସାହସୀ, ନିଷ୍ଠାବାନ ଓ ବିବେକୀ ହେବା ସହିତ ନୀରପେକ୍ଷ ହେବା ଉଚିତ । ଏଠି ରାଜା ପ୍ରଜାର ପ୍ରଭେଦ ନଥାଏ । ପ୍ରତ୍ୟେକ ନ୍ୟାୟଯାଚିକା ନ୍ୟୟ ମିଳନ୍ତି ବୋଲି ଅନୁଭବ କରିବା ଉଚିତ । ତାଙ୍କ ମତରେ ନ୍ୟାୟାଧିଶ ଓ ଓକିଲଙ୍କ ମିଳିତ ଉଦ୍ୟମରେ ହିଁ ପ୍ରକୃତ ନ୍ୟାୟ ମିଳି ପାରିବ ଓ ଜନସାଧାରଣଙ୍କର ଆସ୍ଥାଭାଜନ ହୋଇ ପାରିବ । ସେ କହୁଥିଲେ ସର୍ବୋଚ୍ଚ ସ୍ୱରହିଁ ନୀରବତା ।

ତା ୨୬.୦୭.୧୯୭୮ ରିଖରେ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା ହେଲା ଓ ଏଥିରେ ମାନ୍ୟବର ପ୍ରଥମ ମୁଖ୍ୟ ବିଚାରପତି ଭାବେ ସ୍ବର୍ଗତଃ ବୀର କିଶୋର ରାୟ ଗୁରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏଭଳି ଏକ ବିଶେଷ ବ୍ୟକ୍ତିତ୍ୱର ୬୭ ବର୍ଷ ବୟସରେ ଠିକ୍ ଓଡ଼ିଶା ହାଇକୋର୍ଟର ପ୍ରତିଷ୍ଠା ତାରିଖରେ ତା ୨୬.୦୭.୧୯୮୫ ରିଖ ତିରୋଧାନ ହୋଇଥିଲେ । ଓଡ଼ିଶା ହାଇକୋର୍ଟର ପ୍ରଥମ ବିଚାରପତିଙ୍କର ମରଶରୀର ଓଡ଼ିଶା ମାଟିରେ ମିଶିଯାଇ ଅମର ହୋଇଯାଇଥିଲା ।

ପ୍ରଶାନ୍ତ କିଶୋର ରାୟ
ପି- ଚିପ୍ ଜଷ୍ଟିସ୍‌-
ସୁକାନ୍ତ କିଶୋରା ରାୟ

Leave A Reply

Your email address will not be published.