Latest Odisha News

BREAKING NEWS

ଆଉ ମାସେ ବଂଚିବେ ଜାଣି ମଧ୍ୟ ଘରେ ଦେଲେ ବିଶାଳ ପାର୍ଟି, ହସି ହସି ମରିବାକୁ ଚାହୁଁଛନ୍ତି ଏହି ମହିଳା !

ଲଣ୍ଡନ: ୪୦ ବର୍ଷୀୟା କ୍ୟାନ୍ସର ରୋଗୀ ହେଥର ବୋନ ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ହେବାରେ ଲାଗିଛନ୍ତି । ଜୀବନ ଓ ମୃତ୍ୟୁ ମଧ୍ୟରେ ଥିବା ପ୍ରକୃତ ରହସ୍ୟକୁ ସେ ବୋଧହୁଏ ବୁଝି ପାରିଛନ୍ତିି । ସେ ଆଉ ମାତ୍ର ମାସେ ବଂଚିବେ ବୋଲି ଡାକ୍ତରମାନେ କହିବା ପରେ ସେ ଭାଙ୍ଗି ପଡି ନ ଥିଲେ । ବାକି ଥିବା ଦିନତକ ଖୁସିରେ କାଟିବା ପାଇଁ ସେ ନିଜ ପରିବାର ଏବଂ ବନ୍ଧୁମାନଙ୍କ ସହ ବିଶାଳ ପାର୍ଟିର ଆୟୋଜନ କରିଥିଲେ । ମୁଁ ହସି ହସି ମରିବାକୁ ଚାହେଁ । ମରିବା ପରେ ମୋତେ ଦେଖିବାକୁ ନ ଆସିଲେ ଚଳିବ । ଏବେ କିନ୍ତୁ ବଂଚିିଥିବା ଦିନ ମୋ ସହିତ ଭଲ କାଟିବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କର ଏହି ଉଦ୍ୟମ ସମସ୍ତଙ୍କ ମନ କିଣିପାରିଛି ।

୨୦୧୯ରେ ସେ ବ୍ରେଷ୍ଟ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ସାମନ୍ୟ ସୁସ୍ଥ ହେଲା ପରେ ପୁନର୍ବାର ୨୦୨୦ରେ ଏଥିରେ ଆକ୍ରାନ୍ତ ହେଲେ । ଯାହା କି ତାଙ୍କ ଜୀବନ ଛଡାଇ ନେବ । ତାଙ୍କ ପାର୍ଟିରେ ଯୋଗ ଦେଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.