Latest Odisha News

BREAKING NEWS

୧୦୦୧ ପ୍ରକାରର ଆଇସକ୍ରିମ ପ୍ରସ୍ତୁତ କରି ୱାର୍ଲ୍ଡ ରେକର୍ଡ କଲା ଆବୁଧାବିର ପପ ଅଫ ଶପ

ଦୁବାଇ: ଆବୁଧାବିର ୟାସ ମଲରେ ଥିବା ପପ ଅଫ ଶପ ୧୦୦୧ ପ୍ରକାରର ଆଇସକ୍ରିମ ପ୍ରସ୍ତୁତ କରି ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଭାନିଲା, ବଟରସ୍କଚ, ଚକୋଲେଟ ଓ ଷ୍ଟ୍ରବେରୀ ପରି ନିୟମିତ ଫ୍ଲେଭରର ଆଇସକ୍ରିମ ଖାଇ ବୋର ହୋଇ ପଡିଥିବା ବ୍ୟକ୍ତି ଏଠାକୁ ଆସିବାକୁ ଲାଗିଛନ୍ତି । ବବଲଗମ, କଫି ଆଣ୍ଡ କୁକି ଡଫ, ବବଲଗମ ଆଣ୍ଡ ପିସ୍ତା, ମିଂଟ ଆରିୟୋ ଓ ପପିଂ କ୍ୟାଣ୍ଡି ପରି ନୂଆ ନୂଆ ପ୍ରକାରର ଆଇସକ୍ରିମ ଏଠାରେ ମିଳୁଛି ।

ପ୍ୟାନ ଆଣ୍ଡ ଆଇସବ୍ରାଣ୍ଡ ଓ ଆବୁଧାବି କୁଲିନାରୀ ମିଳିତ ଭାବେ ଏହି ଆଇସକ୍ରିମ ପ୍ରସ୍ତୁତ କରୁଛନ୍ତି । ସମସ୍ତ ଆଇସକ୍ରିମ ସ୍ୱାସ୍ଥ୍ୟଗତ ଦୃଷ୍ଟିକୁ ଆଖି ରଖି ପ୍ରସ୍ତୁତ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ୱାର୍ଲ୍ଡ ରେକର୍ଡ ହାସଲ କରିବା ଖୁସିରେ କମ୍ପାନୀ ଏବେ ଏହାର ଅଫର ୩୧ ଅଗଷ୍ଟ ପର୍ଯ୍ୟନ୍ତ ବଳବତର ରଖିବ ବୋଲି ଘୋଷଣା କରିଛି ।

Leave A Reply

Your email address will not be published.