Latest Odisha News

BREAKING NEWS

ଟିକା ନେଇଥିବା ଲୋକଙ୍କଠାରେ ରହିଛି ସଂକ୍ରମଣର ଅଧିକ ବିପଦ

ନୂଆଦିଲ୍ଲୀ: ଟିକା ନେଇନଥିବା ଲୋକଙ୍କ ତୁଳନାରେ ଟିକା ନେଇଥିବା ଲୋକଙ୍କ ଅଧିକ କରୋନା ସଂକ୍ରମିତ ହେଉଥିବା ଜଣାପଡ଼ିଛି। ଏକ ନୂତନ ଅଧ୍ୟୟନରୁ ଏହି ତଥ୍ୟ ପ୍ରକାଶ ପାଇଛି। କୋଭିଡ୍‌ ଟିକା ନେଇଥିବା ଲୋକ ଯେଉଁଭଳି ଭାବରେ ସଂକ୍ରମିତ ହେଉଛନ୍ତି ଟିକା ଗ୍ରହଣ କରିନଥିବା ଲୋକଙ୍କ ସଂଖ୍ୟା ତା ତୁଳନାରେ କମ୍‌ ରହିଛି।

ସ୍ୱାସ୍ଥ୍ୟ ଅଧିକାରୀମାନେ ଶୁକ୍ରବାର ଉକ୍ତ ଅନୁସନ୍ଧାନର ବିବରଣୀ ପ୍ରକାଶ କରିଛନ୍ତି। ଆମେରିକାରେ ଡେଲ୍‌ଟା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମାସ୍କ ଅନିବାର୍ଯ୍ୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଅନୁସନ୍ଧାନରୁ ଜଣାପଡିଛି ଯେ ସିଡିସିର ମାସ୍କ ଗାଇଡ୍ ସମଗ୍ର ଦେଶରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ମାରାତ୍ମକ ଡେଲ୍‌ଟା ପ୍ରଜାତି ଦ୍ବାରା ଟିକା ଗ୍ରହଣ କରିଥିବା ଲୋକ ଅଧିକ ସଂକ୍ରମିତ ହେଉଥିବା ରିପୋର୍ଟ ହୋଇଛି।

Comments are closed.