Latest Odisha News

BREAKING NEWS

ଶିଳ୍ପାଙ୍କ ସମର୍ଥନରେ ବାହାରିଲେ ନିର୍ମାତା ହନସଲ ମେହେଟ୍ଟା; କହିଲେ…

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କ କଳା କାର୍‌ନାମାର ପର୍ଦ୍ଦାଫାସ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ରାଜଙ୍କ ଏହି ଅଶ୍ଳୀଳ କାରବାରରେ ଶିଳ୍ପାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଶିଳ୍ପା ଏହି କ‌ାର୍ଯ୍ୟ ସହ ଜଡ଼ିତ ନୁହନ୍ତି ବୋଲି ଖୋଲାଖୋଲି ଭାବେ କହିସାରିଲେଣି। ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚ ଯେତେବେଳ ରାଜଙ୍କ ସହ ତାଙ୍କ ବାସଭବନରେ ପହଞ୍ଚିଥଲା ସେତେବେଳେ ଶିଳ୍ପା ଜୋର୍‌ ପାଟିରେ କହିଥିଲେ ରାଜ ତାଙ୍କ ଇମେଜ୍‌ ଖରାପ କରିଦେଇଛନ୍ତି ଆଉ ସବୁ ବର୍‌ବାଦ କରିଦେଇଛନ୍ତି।

ତେବେ ଶିଳ୍ପାଙ୍କ ସପକ୍ଷରେ ବାହାରିଛନ୍ତି ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ହନସଲ ମେହେଟ୍ଟା। ସେ ଏକ ଟୁଇଟ୍ ଜରିଆରେ ସମସ୍ତଙ୍କୁ କହିଛନ୍ତି ଯେ ଶିଳ୍ପା ଶେଟ୍ଟୀଙ୍କୁ ଏକୁଟିଆ ଛାଡନ୍ତୁ, ଯଦି ଆପଣ ତାଙ୍କ ସହ ଠିଆ ହୋଇପାରିବେ ନାହିଁ।

ହନସାଲ ମେହେଟ୍ଟା ଲେଖିଛନ୍ତି, ଯଦି ଆପଣ ତାଙ୍କ ପାଇଁ ଠିଆ ହୋଇପାରିବେ ନାହିଁ ଅନ୍ତତଃ ଶିଳ୍ପା ଶେଟ୍ଟୀଙ୍କୁ ଏକୁଟିଆ ଛାଡି ଆଇନକୁ ତାର କାମ କରିବାକୁ ଦିଅନ୍ତୁ?

Comments are closed.