Latest Odisha News

BREAKING NEWS

ଆଗକୁ ଭୟଙ୍କର ସଂକ୍ରମଣର କାରଣ ହୋଇପାରେ ଡେଲ୍‌ଟା ପ୍ରଜାତି

ନୂଆଦିଲ୍ଲୀ: କରୋନାଭାଇରସର ପ୍ରମୁଖ ପ୍ରଜାତି ଡେଲ୍‌ଟା ଅନ୍ୟ ସମସ୍ତ ପ୍ରଜାତି ଅପେକ୍ଷା ଅଧିକ ସଂକ୍ରାମକ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ଏହା ଚିକେନ୍ପକ୍ସ ଭଳି ସହଜରେ ବିସ୍ତାର ହୋଇପାରେ।

ପ୍ରଥମେ ଏହି ରିପୋର୍ଟ ପ୍ରକାଶ କରିଥିବା ୱାଶିଂଟନ୍ ପୋଷ୍ଟ ଅନୁଯାୟୀ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଡେଲ୍‌ଟା ଭାରିଆଣ୍ଟ, ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ଏହା ଟିକା ନେଇନଥିବା ଲୋକଙ୍କଠାରେ ଯେଉଁଭଳି ଭାବରେ ପ୍ରଭାବ ବିସ୍ତାର ଟିକାକୃତ ଲୋକଙ୍କଠାରେ ମଧ୍ୟ ସମାନ ହାରରେ ବ୍ୟାପିଥାଏ।

ଡକ୍ୟୁମେଣ୍ଟ୍ ଅନୁଯାୟୀ, MERS, SARS, ଇବୋଲା, ସାଧାରଣ ଫ୍ଲୁ ଅପେକ୍ଷା ଡେଲଟା ଭାରିଆଣ୍ଟ ଅଧିକ ସଂକ୍ରମଣକାରୀ ଏବଂ ଏହା ଚିକେନ୍ପକ୍ସ ପରି ସଂକ୍ରାମକ ଅଟେ। ଏହା ଆହୁରି ଗୁରୁତର ରୋଗର କାରଣ ହୋଇପାରେ ବୋଲି ଡକ୍ୟୁମେଣ୍ଟରେ ଦର୍ଶାଯାଇଛି।

ଡେଲଟା ଭାରିଆଣ୍ଟ ଆଲ୍‌ଫା ଅପେକ୍ଷା ୧୦ ଗୁଣା ଅଧିକ ସଂକ୍ରାମକ ବୋଲି ରିପୋର୍ଟରେ କୁହାଯାଇଛି।

Leave A Reply

Your email address will not be published.