Latest Odisha News

BREAKING NEWS

ରାଜ୍ୟରେ ୬୦୦୦ ଡେଇଁଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଜି ମୃତ୍ୟୁସଂଖ୍ୟା ୬ ହଜାର ପାର କରିଛି । ରାଜ୍ୟରୁ ଆଉ ୬୭ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଜନିମତ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୩୩କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ୧୫ ଜିଲ୍ଲାରୁ ଚିକିତ୍ସାଧୀ ଅବସ୍ଥାରେ ଆଉ ୬୭ ଜୀବନ ଯାଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୧୧ ଓ କଟକ ଜିଲ୍ଲାରୁ କରୋନା ନେଇଛି ଆଉ ୧୦ ଆକ୍ରାନ୍ତଙ୍କ ଜୀବନ । ପୁରୀରୁ ଆଉ ୬ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ କରୋନା ।

ଢେଙ୍କାନାଳରୁ ୫, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୪ ଜଣ ଲେଖାଏ ପ୍ରାଣ ହରାଇଛନ୍ତି । ଅନୁଗୋଳ ଓ ଭଦ୍ରକ ଜିଲ୍ଲାରୁ ୩ ଜଣ ଲେଖାଏ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ବାଲେଶ୍ୱର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆଉ ୨ ଜଣ ଲେଖାଏ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ସେହିପରି ବରଗଡ଼, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.