Latest Odisha News

BREAKING NEWS

କାଲିଠୁ ଭକ୍ତଙ୍କ ଲାଗି ଖୋଲିବ ମା’ ବିରଜାଙ୍କ ମନ୍ଦିର

ଯାଜପୁର: ପ୍ରାୟ ତିନି ମାସର ବ୍ୟବଧାନ ପରେ ଯାଜପୁର ସହରର ମା ବିରଜା ମନ୍ଦିର ଖୋଲିବାକୁ ଯାଉଛି। ଅଗଷ୍ଟ ୩ରୁ ମାଙ୍କ ଦର୍ଶନ କରିପାରିବେ ଭକ୍ତ।

ଯାଜପୁର କଲେକ୍ଟର ଚକ୍ରବର୍ତ୍ତୀ ସିଂ ରାଠୋର ସୋମବାର କହିଛନ୍ତି ଯେ “ଭକ୍ତମାନଙ୍କୁ କରୋନା ନିୟମାବଳୀକୁ କଡାକଡି ପାଳନ କରି ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯିବ।”

ସେ ଆହୁରି କହିଛନ୍ତି ଯେ ଭକ୍ତମାନଙ୍କୁ ଭୋଗ ଏବଂ ଫୁଲ ନେଇ ମନ୍ଦିରକୁ ଯିବାକୁ ଅନୁମତି ଦିଆଯିବ ନାହିଁ।

Comments are closed.