Latest Odisha News

BREAKING NEWS

ଠକେଇ ଅଭିଯୋଗରେ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା ଗିରଫ

ନୂଆଦିଲ୍ଲୀ: ସ୍ୱଳ୍ପ ସୁଧରେ ମଞ୍ଜୁରୀପ୍ରାପ୍ତ ଋଣ ପାଇବା ବାହାନା କରି ଅନେକ ବ୍ୟବସାୟୀଙ୍କୁ ଠକିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅଜୟ ଯାଦବଙ୍କୁ ଦକ୍ଷିଣ ଦିଲ୍ଲୀରୁ ଗିରଫ କରିଛି। ସାମ୍ପ୍ରତିକ ମାମଲାରେ ସେ ୬୫ କୋଟି ଟଙ୍କା ଋଣ ପାଇବା ଆଳରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କୁ ୩୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

୫୫ ବର୍ଷୀୟ ଅଭିଯୁକ୍ତ ୬ ଟି ବଲିଉଡ ଚଳଚ୍ଚିତ୍ରର ନିର୍ମାତା। ସେ ଓଭରଟାଇମ୍, ଭଡାସ୍‌, ଲଭ୍ ଫିର କଭି, , ସସପେନ୍ସ ଏବଂ ସାକ୍ଷୀ  ଭଳି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅଜୟ।

“ଯାଦବଙ୍କୁ ପୂର୍ବରୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ସ୍ପେଶାଲ ସେଲ ଗିରଫ କରିଥିଲା। ସେ ଚଳଚ୍ଚିତ୍ର ନିର୍ମାଣରେ ଏହି ଅର୍ଥ ବିନିଯୋଗ କରିଥିଲେ, କିନ୍ତୁ ଅଧିକାଂଶ ଚଳଚ୍ଚିତ୍ର ଫ୍ଲପ୍ ହୋଇଯାଇଥିଲା ଏବଂ ସେ ବହୁତ କ୍ଷତି ସହିଥିଲେ ବୋଲି ଡିସିପି କହିଛନ୍ତି।

Leave A Reply

Your email address will not be published.