Latest Odisha News

BREAKING NEWS

ଭାରତୀୟ ହକିର ସ୍ୱର୍ଣ୍ଣିମ ଅଭିଯାନରେ ଏଥର ବେଲଜିୟମର ପାଳି

ଭୁବନେଶ୍ୱର: ଭାରତୀୟ ପୁରୁଷ ହକି ଦଳ ୪୯ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ୧୯୭୨ରେ ଶେଷ ଥର ଭାରତ ସେମିରେ ପ୍ରବୋ କରିଥିଲା । ଏହା ପରେ ୧୯୮୦ରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିଲା ସତ କିନ୍ତୁ ସେତେବେଳେ ଲିଗ ପର୍ଯ୍ୟାୟ ପରେ ସିଧା ଫାଇନାଲ ଖେଳା ଯାଇଥିଲା । ବର୍ତମାନ ଭାରତର ସ୍ୱର୍ଣ୍ଣିମ ଅଭିଯାନରେ ଚାମ୍ପିୟନ ବେଲଜିୟମକୁ ହରାଇବା ପାଳି ପଡିଛି । ଗତ ଅଲିମ୍ପିକ୍ସ ଫାଇନାଲରେ ବେଲଜିୟମକୁ ଆର୍ଜେଂଟିନା ବିପକ୍ଷରେ ପରାଜୟବରଣ କରିବାକୁ ପଡିଥିଲା । ସବୁଠାରୁ ବଡ କଥା ଭାରତକୁ ହରାଇ ବେଲଜିୟମ ସେମିରେ ପ୍ରବେଶ କରିଥିଲା ।

ଚଳିତ ସଂସ୍କରଣରେ ବେଲଜିୟମ ଏ ପର୍ଯ୍ୟନ୍ତ ବିପକ୍ଷ ଦଳ ବିରୋଧରେ ୨୯ ଗୋଲ ସ୍କୋର କରି ସାରିଛି । ଖେଳାଳିମାନେ ଗୋଲ ସ୍କୋରିଂ ଫର୍ମରେ ଥିବାରୁ ଭାରତର ରକ୍ଷାପନ୍ଥୀର ଦାୟିତ୍ୱ ବଢ଼ିଯାଇଛି । ସେହିପରି ଦଳ ମାତ୍ର ୧୦ଟି ଗୋଲ ଖାଇଛି । ଏହା ତୁଳନାରେ ଭାରତ ୧୮ ଗୋଲବରଣ କରିଛି । ବେଲଜିୟମର ରକ୍ଷାପନ୍ଥୀକୁ ଭେଦିବାକୁ ହେଲେ ଭାରତକୁ ନୂତନ ରଣନୀତି ଆପଣାଇବାକୁ ପଡିବ । ଏବେ ଶେଷ ୮ଟି ମୁକାବିଲାରେ ଭାରତ ୫ରେ ବିଜୟୀ ହୋଇଛି । ୨୦୧୯ରେ ଭାରତ ବେଲଜିୟମକୁ ଘରୋଇ ମାଟିରେ କ୍ରମାଗତ ୩ଟି ମୁକାବିଲାରେ ହରାଇଥିଲା । ବର୍ତମାନର ପ୍ରଦର୍ଶନ ବିଚାରକୁ ନେଲେ ଭାରତକୁ ରୋକିବା କଷ୍ଟକର ମନେ ହେଉଛି ।

Leave A Reply

Your email address will not be published.