Latest Odisha News

BREAKING NEWS

ଚୀନ୍‌ରେ ଭାରତୀୟ ଛାତ୍ରଙ୍କ ରହସ୍ୟମୟ ମୃତ୍ୟୁ

ବେଜିଂ: ଚୀନ୍‌ରୁ ଭାରତୀୟ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଉକ୍ତ ଛାତ୍ର ଜଣଙ୍କ ବିହାରର ଗୟା ସହରର ବାସିନ୍ଦା। ୨୦ ବର୍ଷୀୟ ଅମାନ ନାଗସେନ୍, ଚାଇନାର ତିଆନ୍‌ଞ୍ଜିନ୍‌ ଫରେନ୍‌ ଷ୍ଟଡିଜ୍‌ ୟୁନିଭର୍ସିଟିର ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଛାତ୍ର ଥିଲେ। ଜୁଲାଇ ୨୯ରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି।

ଗତ ସପ୍ତାହରେ ବେଜିଂର ୧୦୦ କିଲୋମିଟର ଦକ୍ଷିଣରେ ଥିବା ତିଆନ୍‌ଞ୍ଜିନ୍‌ ସହରରେ ଥିବା ତାଙ୍କ ବିଶ୍ୱବିଦ୍ୟାଳୟ କୋଠରୀରେ ରହସ୍ୟମୟ ପରିସ୍ଥିତିରେ ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତଦେହ ମିଳିଥିଲା।

ଏହାପରେ ତାଙ୍କ ମୃତ୍ୟୁ ବିଷୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନାଗସେନଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେଇଥିଲେ। ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ଥିବା ବେଳେ ଘଟଣାର ତଦନ୍ତ ଚାଲିଛି।

ଏଠାରେ ଥିବା ଭାରତୀୟ ଦୂତାବାସ ଏବଂ ତାଙ୍କ ପରିବାରକୁ ସୂଚନା ଦିଆଯାଇଛି ଏବଂ ତାଙ୍କ ମୃତଦେହକୁ ଘରକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଉଲ୍ଲେଖଯୋଗ୍ୟ, ଭାରତ ଏବଂ ଚୀନ୍ ମଧ୍ୟରେ କୌଣସି ବିମାନ ଏଯାବତ୍‌ କାର୍ଯ୍ୟକ୍ଷମ ନୁହେଁ।

Comments are closed.