ଟୋକିଓ:ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ଥାଏ । ଏଥିରେ ବୋଧହୁଏ କେହି ଭାଗୀଦାର ହେବାକୁ ଚାହିଁବେ ନାହିଁ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । କତାରର ଆଥଲେଟ ମୁତାଜା ଏସା ୱାରଶିମ ଏକୁଟିଆ ସ୍ୱର୍ଣ୍ଣ ପଦକ ନେବାକୁ ମନା କରିଦେଲେ । ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଇଟାଲୀର ଗିୟାନମାର୍କୋ ତାମ୍ବେରୀଙ୍କ ସହ ତାଙ୍କୁ ଏକତ୍ର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ।
ଘଟଣାଟି ଏହିପରି… ପୁରୁଷ ହାଇଜମ୍ପରେ ଏହି ଦୁଇ ଆଥଲେଟ ସମାନ ୨.୩୭ ମିଟର ଜମ୍ପ ଲଗାଇ ପ୍ରଥମ ସ୍ଥାନରେ ରହିଥିଲେ । ପଦକ ବିଜେତା ସ୍ଥିର କରାଯାଇ ନ ପାରିବାରୁ ୩ ଏକ୍ସଟ୍ରା ଜମ୍ପ ମାରିବାକୁ କୁହାଯାଇଥିଲା । ଏଥିରେ ମଧ୍ୟ କେହି ୨.୩୭ ମିଟରକୁ ଉପରକୁ ଜମ୍ପ ମାରିପାରି ନ ଥିଲେ । ଅଫିସିଆଲ ଆଉ ଥରେ ଲେଖାଁଏ ଜମ୍ପ କରିବାକୁ ନିଷ୍ପତି ନେଇଥିଲେ । ତେବେ ସେ ସମୟରେ ତାମ୍ବେରୀ ଆଘାତପ୍ରାପ୍ତ ହୋଇଥିଲେ । ସେ ଏଥିରୁ ଓହରି ଯାଇଥିଲେ । ୱାରିଶମ ନିକଟରେ ସ୍ୱର୍ଣ୍ଣିମ ସୁଯୋଗ ରହିଥିଲା । ମାତ୍ର ସେ ଜମ୍ପ ମାରିବା ପୂର୍ବରୁ ଅଫିସିଆଲଙ୍କୁ ପଚାରିଥିଲେ ଯଦି ମୁଁ ଜମ୍ପ ନ ମାରେ ତାହାହେଲେ କଣ ହେବ । ନିୟମାବଳୀ ଦେଖିବା ପରେ ସେମାନେ କହିଥିଲେ ତାହାହେେଏ ଉଭୟଙ୍କୁ ସ୍ୱର୍ଣ୍ଣ ପଦକ ମିଳିବ । ବାସ୍ ଏହା ପରେ ୱାରିଶମ ଓହରି ଯାଇଥିଲେ । ଉଭୟ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲ । ତାଙ୍କର ଏହି ପଦକ୍ଷେପକୁ ଏବେ ସାରା ବିଶ୍ୱ ପ୍ରଶଂସା କରୁଛି ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.