ଟୋକିଓ:ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ଥାଏ । ଏଥିରେ ବୋଧହୁଏ କେହି ଭାଗୀଦାର ହେବାକୁ ଚାହିଁବେ ନାହିଁ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । କତାରର ଆଥଲେଟ ମୁତାଜା ଏସା ୱାରଶିମ ଏକୁଟିଆ ସ୍ୱର୍ଣ୍ଣ ପଦକ ନେବାକୁ ମନା କରିଦେଲେ । ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଇଟାଲୀର ଗିୟାନମାର୍କୋ ତାମ୍ବେରୀଙ୍କ ସହ ତାଙ୍କୁ ଏକତ୍ର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ।ଘଟଣାଟି ଏହିପରି… ପୁରୁଷ ହାଇଜମ୍ପରେ ଏହି ଦୁଇ ଆଥଲେଟ ସମାନ ୨.୩୭ ମିଟର ଜମ୍ପ ଲଗାଇ ପ୍ରଥମ ସ୍ଥାନରେ ରହିଥିଲେ । ପଦକ ବିଜେତା ସ୍ଥିର କରାଯାଇ ନ ପାରିବାରୁ ୩ ଏକ୍ସଟ୍ରା ଜମ୍ପ ମାରିବାକୁ କୁହାଯାଇଥିଲା । ଏଥିରେ ମଧ୍ୟ କେହି ୨.୩୭ ମିଟରକୁ ଉପରକୁ ଜମ୍ପ ମାରିପାରି ନ ଥିଲେ । ଅଫିସିଆଲ ଆଉ ଥରେ ଲେଖାଁଏ ଜମ୍ପ କରିବାକୁ ନିଷ୍ପତି ନେଇଥିଲେ । ତେବେ ସେ ସମୟରେ ତାମ୍ବେରୀ ଆଘାତପ୍ରାପ୍ତ ହୋଇଥିଲେ । ସେ ଏଥିରୁ ଓହରି ଯାଇଥିଲେ । ୱାରିଶମ ନିକଟରେ ସ୍ୱର୍ଣ୍ଣିମ ସୁଯୋଗ ରହିଥିଲା । ମାତ୍ର ସେ ଜମ୍ପ ମାରିବା ପୂର୍ବରୁ ଅଫିସିଆଲଙ୍କୁ ପଚାରିଥିଲେ ଯଦି ମୁଁ ଜମ୍ପ ନ ମାରେ ତାହାହେଲେ କଣ ହେବ । ନିୟମାବଳୀ ଦେଖିବା ପରେ ସେମାନେ କହିଥିଲେ ତାହାହେେଏ ଉଭୟଙ୍କୁ ସ୍ୱର୍ଣ୍ଣ ପଦକ ମିଳିବ । ବାସ୍ ଏହା ପରେ ୱାରିଶମ ଓହରି ଯାଇଥିଲେ । ଉଭୟ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲ । ତାଙ୍କର ଏହି ପଦକ୍ଷେପକୁ ଏବେ ସାରା ବିଶ୍ୱ ପ୍ରଶଂସା କରୁଛି ।
BREAKING NEWS
- ୧୮ ବର୍ଷୀୟ ଆଫଗାନୀ ସ୍ପିନରଙ୍କୁ ୪.୮୦ କୋଟିରେ ନେଲା ମୁମ୍ବାଇ
- ସୈନ୍ୟବାହିନୀରୁ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇପାରନ୍ତି ଟ୍ରମ୍ପ
- ଆଇପିଏଲ ମେଗା ନିଲାମ: ଚର୍ଚ୍ଚାରେ ଅଂଶୁଲ କମ୍ବୋଜ
- ସମ୍ବିଧାନରୁ ହଟିବନି ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ
- ଆଦାନୀ ଗ୍ରୁପର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର
- ଏହି ୫ କାରଣ ଯୋଗୁ ଭାରତ ଜିତିଲା ପର୍ଥ ଟେଷ୍ଟ
- ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର
- କାଙ୍ଗାଳ ହୋଇଯିବ କି ନେପାଳ?
- ଉଦ୍ଧବଙ୍କୁ ‘ଦୈତ୍ୟ’ ସହ ତୁଳନା କଲେ କଙ୍ଗନା
- ଇସ୍ରାଏଲ ଉପରେ ୨୫୦ ରକେଟ୍ ମାଡ କଲା ହିଜବୁଲ୍ଲା
Comments are closed.