Latest Odisha News

BREAKING NEWS

କମଲପ୍ରୀତଙ୍କୁ ଷଷ୍ଠ ସ୍ଥାନ, ହାତଛଡା ହେଲା ଆଉ ଏକ ପଦକ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବି ଦୀର୍ଘ ଦିନ ପରେ ଆଥଲେଟିକ୍ସରେ ପଦକ ଆସୁ ଆସୁ ରହିଯାଇଛି । ଡିସକସ ଥ୍ରୋ ମହିଳା ବିଭାଗରେ ଭାରତର କମଲପ୍ରୀତ କୌର ଷଷ୍ଠ ସ୍ଥାନରେ ରହିଛନ୍ତି । କମଲପ୍ରୀତଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୬୩.୭୦ ରହିଥିଲା । ୨ଟି ଥ୍ରୋ ତାଙ୍କର ଫାଉଲ ହୋଇଥିଲା । ଆମେରିକାର ଭାଲେରି ଆଲମାନ )୬୮.୯୮ ମିଟର) ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ଜର୍ମାନୀର କ୍ରିଷ୍ଟିନ ପୁଡନେଜ ( ୬୬.୮୬ ମିଟର) ଓ କ୍ୟୁବାର ୟାମି ପେରେଜ(୬୫.୭୨ ମିଟ) ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଚମତ୍କାର ପ୍ରଦର୍ଶନ କରି କମଲପ୍ରୀତ ଭାରତ ପାଇଁ ପଦକ ଆଶା ସୃଷ୍ଟି କରିଥିଲେ । ସେ ଷଷ୍ଠ ସ୍ଥାନରେ ରହିବା କ୍ରୀଡାପ୍ରେମୀଙ୍କୁ ନିରାଶ କରିଛି ।

Leave A Reply

Your email address will not be published.