Latest Odisha News

BREAKING NEWS

ରାସ୍ତା ମଝିରେ ମହିଳାଙ୍କୁ ଅସଦାଚରଣ କରିବା ଯୁବକକୁ ପଡିଲା ମହଙ୍ଗା

ଗୌହାଟୀ: ରାସ୍ତା ମଝିରେ ଅସଦାଚରଣ କରିବା ପଡିଲା ମହଙ୍ଗା। ଆସାମର ରାଜଧାନୀ ଗୌହାଟୀରେ ଜଣେ ସ୍କୁଟର ଆରୋହୀ ମଝି ରାସ୍ତାରେ ଜଣେ ମହିଳାଙ୍କୁ ବାଟ ଖୋଜିବା ବାହାନାରେ ମହିଳାଙ୍କ ସହ ଅସଦାଚରଣ କରିଥିଲା। ଯୁବକଙ୍କ ଜଣକର ହଠାତ୍ ଆକ୍ରମଣରେ ମହିଳା ଜଣକ ଭୟଭୀତ ହୋଇଯାଇଥିଲେ।

ଏହାପରେ ମହିଳା ଜଣକ ସାହାସର ବାନ୍ଧି ଯୁବକର ସ୍କୁଟରକୁ ଟାଣି ଡ୍ରେନରେ ପକାଇ ଦେଇଥିଲେ। ଏହି କାରଣରୁ ଅଭିଯୁକ୍ତ ଖସି ପଳାଇବାରେ ବିଫଳ ହୋଇଥିଲା। ମହିଳା ଜଣକ ତାଙ୍କ ଫେସବୁକ ପେଜ୍‌ରେ ଏହି ଭିଡିଓ ସେୟାର କରିବା ପରେ ଭିଡିଓଟି ବେଶ୍‌ ଭ‌ାଇରାଲ ହୋଇଥିଲା।

ଅଭିଯୁକ୍ତଙ୍କୁ ଅସଦାଚରଣ କରିବା ପରେ ଘଟଣାସ୍ଥଳରୁ ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ମହିଳା ଜଣକ ତାଙ୍କ ସ୍କୁଟିକୁ ଧରିଥିଲେ। ସେ ସ୍କୁଟରକୁ ଟାଣି ନେଇ ରାସ୍ତା କଡ଼ରେ ଥିବା ଡ୍ରେନ୍ ଭିତରକୁ ଠେଲିଦେଇଥିଲେ। ଏହା ପରେ ସ୍ଥାନୀୟ ଲୋକମାନେ ମଧ୍ୟ ଘଟଣାସ୍ଥଳରେ ଏକାଠି ହୋଇଥିଲେ।

ଏହାପରେ ଆସାମ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ।

Leave A Reply

Your email address will not be published.