Latest Odisha News

BREAKING NEWS

କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ

କଟକ: ଅନଲକ୍ ପରେ ଧିରେ ଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଖୋଲୁଛି । ଆସନ୍ତାକାଲିଠୁ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । ଏହି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ସମସ୍ତେ କୋଭିଡ୍ କଟକଣାକୁ ମାନିବେ ।

ତିନି ମାସ ପରେ ଭକ୍ତ ଓ ଭଗବାନଙ୍କ ଭିତରେ ମିଳନ ପୁଣି ଥରେ ହେବ । କଟକ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର, କଟକ ଚଣ୍ଡୀ ଆଦି ମନ୍ଦିର କାଲିଠାରୁ ଖୋଲିବ । ତେବେ ମନ୍ଦିର ଭିତରକୁ ଭୋଗ ନେବା ମନା । ସର୍ବସାଧାରଣ ଦର୍ଶନ ନେଇ ଜିଲ୍ଲାପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି ।

ତେବେ କଟକ ସହରରେ ଧର୍ମାନୁଷ୍ଠାନ ଖୋଲିବ କି ନାହିଁ ସେନିଷ୍ପତ୍ତି ସିଏମସି ନେବ । ସରକାର ଅଗଷ୍ଟରେ ଅନଲକ୍ ଗାଇଡଲାଇନ୍ ଘୋଷଣା ବେଳେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କ  ହାତରେ ଛାଡ଼ିଥିଲେ । ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ନିଷ୍ପତ୍ତି ନେବେ ।

Leave A Reply

Your email address will not be published.